Home ଜିଲ୍ଲା ପରିକ୍ରମା ୨ ଦିନ ତଳେ ସିଲ୍ ହୋଇଥିବା ମଦ ଦୋକାନ ପୁଣି ସିଲ୍ କରାଗଲା କେମିତି!

୨ ଦିନ ତଳେ ସିଲ୍ ହୋଇଥିବା ମଦ ଦୋକାନ ପୁଣି ସିଲ୍ କରାଗଲା କେମିତି!

70

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା-୧୯ ଜନିତ ଲକଡାଉନ୍ ଜନିତ କୋହଳ ସମୟରେ ଗାଇଡ୍ ଲାଇନ୍‌ରେ ଥିବା ସାମାଜିକ ଦୂରତ୍ୱ ଓ କଟକଣାକୁ ଭଦ୍ରକର ବହୁ ଦୋକାନୀ ମାନୁନାହାଁନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗତ ଦୁଇଦିନ ତଳେ ଚରମ୍ପାସ୍ଥିତ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟ ନିକଟ ଏକ ମଦ ଦୋକାନକୁ ନିଜେ ଏସ୍‌ଡିପିଓ ସାର୍ଥକ ରାୟ ସିଲ୍ କରିଥିବାବେଳେ ଆଜି ସେହି ଦୋକାନଟିକୁ ପୁଲିସ୍ ପୁଣି ସିଲ୍ କରିଛି । ଏଠାରେ ପ୍ରଶ୍ନ ଉଠେ ସିଲ୍ ହୋଇଥିବା ଗୋଟିଏ ଦୋକାନ କିଭଳି ଖୋଲିଲା ଏବଂ ପୁଲିସ୍ ତାକୁ ବାରମ୍ବାର କିଭଳି ସିଲ୍ କରୁଛି । ଏହି ଘଟଣାରୁ ଭଦ୍ରକ ସହରରେ ସରକାରଙ୍କ ଲକଡାଉନ ଜନିତ ଗାଇଡଲାଇନ୍ କିଭଳି ପାଳିତ ହେଉଛି, ତାହା ସ୍ୱତଃ ବାରି ହୋଇପଡୁଛି । ପୁଲିସ୍ କେବଳ ବିଭିନ୍ନ ଛକ ଜାଗା ମାନଙ୍କରେ ଯାତାୟତ କରୁଥିବା ଗାଡି ଓ ଲୋକଙ୍କ ଠାରୁ ଫାଇନ୍ ଆଦାୟ କରିବାରେ ବ୍ୟସ୍ତ ରହୁଛି । ମାତ୍ର ଗାଇଡ୍ ଲାଇନ୍ ଅନୁସାରେ ନଖୋଲିବାର ନିୟମ ଥିବା ବହୁ ଦୋକାନୀ ନିଜ ନିଜର ବ୍ୟବସାୟ ପ୍ରତିଷ୍ଠାନର ସଟର ପକାଇ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଉଛନ୍ତି । ଯାହା ପୁଲିସ୍‌ର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନୁରୂପ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଲକଡାଉନ୍ କୋହଳର ସମୟସୀମା ରହିଥିବାବେଳେ ଏହା ପରେ ସହର ମଧ୍ୟରେ ଯେଭଳି ଚାରିଚକିଆ ଓ ଦୁଇଚକିଆ ଯାନ ଯାତାୟତ କରୁଛି, ତାହା ଲକଡାଉନ୍ ପାଳନ ହେଉଥିବା ଭଳି ମନେ ହେଉନାହିଁ । ଏଣୁ ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନ ଓ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.