Home କେନ୍ଦ୍ରାପଡ଼ା +୨ କଳା ପରୀକ୍ଷା ଫଳ ପ୍ରକାଶିତ : କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ଫଳାଫଳ ୯୬.୫ପ୍ରତିଶତ

+୨ କଳା ପରୀକ୍ଷା ଫଳ ପ୍ରକାଶିତ : କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ଫଳାଫଳ ୯୬.୫ପ୍ରତିଶତ

36

କେନ୍ଦ୍ରାପଡ଼ା, ୮ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : +୨ କଳା ପରୀକ୍ଷା ଫଳ ସୋମବାର ସନ୍ଧ୍ୟାରେ ପ୍ରାକାଶ ପାଇଛି। କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ୯୬.୫ପ୍ରତିଶତ ଫଳାଫଳ ହୋଇଥିବା କଲେଜ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ମୋଟ ୨୫୭ଜଣ ଛାତ୍ରଛାତ୍ରୀ +୨ କଳା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୮ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୩ଜଣ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୭ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ଜଣ ଓ ତୃତୀୟ ଶ୍ରେଣୀରେ ୨୯ଜଣ ପାସ କରିଛନ୍ତି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ରମେଶ ଚନ୍ଦ୍ର ଦାସ ଓ ନଳିନୀପ୍ରଭା ଦାସଙ୍କ ଝିଅ ଜ୍ୟୋତିମର୍ୟୀତ ଦାସ ୫୫୧ନମ୍ବର(୯୧.୮୩ ପ୍ରତିଶତ) ରଖି କଲେଜ ଟପ୍ପର ହୋଇଥିବା ବେଳେ କୁଶିଆପାଳ ବାଲିପାଟଣା ଗ୍ରାମର ଧନେଶ୍ୱର ପୃଷ୍ଟି ଏବଂ ପୁଷ୍ପଲତା ପୃଷ୍ଟିଙ୍କ ଝିଅ ପ୍ରିୟଦର୍ଶିନୀ ପୃଷ୍ଟି ୫୪୮ ନମ୍ବର ( ୯୧.୩୩ ପ୍ରତିଶତ)ରଖି ଦ୍ୱିତୀୟ ଓ କେନ୍ଦ୍ରାପଡା ସହରର ବଡବାରଙ୍ଗ ଗ୍ରାମର ଖଗେଶ୍ୱର ବାଇ ଏବଂ ମମତା ବାଇଙ୍କ ଝିଅ ମଧୁସ୍ମିତା ବାଇ ୫୪୧ନମ୍ବର( ୯୦.୧୬ ପ୍ରତିଶତ) ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ ପ୍ରମୁଖ କଲେଜ ଟପ୍ପର ହୋଇଥିବା ଛାତ୍ରୀଙ୍କ ସମେତ ସଫଳ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.