ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁଲିସ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦୁଇ ଜଣ ଓଡ଼ିଆ ପୋଲିସ ଅଫିସରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା ହୋଇଛି । ଦୁଇ ଓଡ଼ିଆ ପୋଲିସ ଅଧିକାରୀମାନେ ହେଲେ ସିଆଇଡି-ସିବିରେ ଡିଏସ୍ପି ରୂପେ କାର୍ଯ୍ୟରତ ପ୍ରମୋଦ କୁମାର ରଥ ଓ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଏଏସ୍ଆଇ ରୂପେ କାର୍ଯ୍ୟରତ ଶିବ ନାରାୟଣ ରଥ।