Home ଜିଲ୍ଲା ପରିକ୍ରମା ୨୯.୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

୨୯.୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

8

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଓଡ଼ିଶାରେ ଚୋରା ବ୍ରାଉନସୁଗାର ପେଣ୍ଠ ଭାବେ ଭଦ୍ରକ ବେଶ୍ ଜଣାଶୁଣା। ଏଠାରେ ପୁଲିସ୍ ଠାରୁ ଆରମ୍ଭ କରି କେନ୍ଦ୍ର ଅବକାରୀ ଗୁଇନ୍ଦା ବିଭାଗ ପର୍ଯ୍ୟନ୍ତ ଯେତେ ଧଳା ଜହର ରୂପୀ ଏହି ବ୍ରାଉନସୁଗାରକୁ ଜବତ କରି ବହୁ ଲୋକଙ୍କୁ ଜେଲ୍‌କୁ ପଠାଇଥିଲେ ମଧ୍ୟ ଏହା ଥମୁନାହିଁ। ଏହାର ଚେର କେବଳ ଭଦ୍ରକ ନୁହେଁ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ, ଯାଜପୁର ଓ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି। ତେବେ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ୧୬ନଂ ଜାତୀୟ ରାଜପଥର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗାଡି ଚେକିଂ କରୁଥିବା ସମୟରେ ଦୁଇ ଜଣ ସଂନ୍ଦିଗ୍ଧ ବ୍ୟକ୍ତି ଙ୍କୁ ଅଟକାଇ ତାଙ୍କ ନିକଟରୁ ୨୯.୭୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଗୋଟାଏ ମୋବାଇଲ ଫୋନ, ଗୋଟାଏ ସ୍କୁଟି ଗାଡ଼ି, ଗୋଟାଏ ବ୍ୟାଗ ଭିତରେ ଦୁଇଟି ଷ୍ଟିଲ ପ୍ଲେଟ ଓ ଓଜନ କଂଟା ଓ ୩ ହଜାର ଟଙ୍କାକୁ ଜବତ କରିଛି। ଏ ସଂପର୍କରେ ଆଜି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଅପର୍ତିବିନ୍ଧା ମିର ସାହି ନିବାସୀ ସେକ୍ ତୋବାରକଙ୍କ ପୁତ୍ର ସେକ୍ କୌସର (୨୩) ଏବଂ ଯାଜପୁର ଜିଲା ଟାଉନ୍ ଥାନା ଅଧୀନସ୍ଥ ସନ୍ଥମାଧବପୁର ଗ୍ରାମର ସନାତନ ବେହେରାଙ୍କ ପୁତ୍ର ବଳରାମ (୩୬) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛିଛି ବୋଲି ସୂଚନା ଦେଇଛନ୍ତି। ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବା ନେଇ ଅତିରିକ୍ତ ଏସପି ଶ୍ରୀ କହିଛନ୍ତି। ତେବେ ଏହି ବ୍ରାଉନ ସୁଗାରରେ ଆଉ କେଉଁ ମାନେ ସମ୍ପୃକ୍ତି ରହିଛନ୍ତି । ଏବଂ ଏହା କେଉଁଠୁ ଆସି କେଉଁଠି ଯାଉଥିଲା, ତାହା ନେଇ ଅଧିକ ତଦନ୍ତ ହେଲେ ଜଣାପଡିବ ବୋଲି ଅତିରିକ୍ତ ଏସପି ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.