ବାଲିଗୁଡା,୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମାହାଡାଗାଣାଡା ଅଞ୍ଚଳରେ ଶୁକ୍ରବାର ଚଢ଼ାଉ କରି ୨୯ ଲିଟର ମଦ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।
ସେମାନେ ହେଲେ ଉକ୍ତ ଗ୍ରାମର ରଞ୍ଜନ ନାୟକ, ଶଙ୍କର ଦିଗାଳ। ଏଥି ସହ ବିପୁଳ ପରିମାଣର ମହୁଲ ପୋଚକୁ ନଷ୍ଟ କରାଯାଇଛି। ସୂଚନା ଯୋଗ୍ୟ ଯେ,ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳରେ ବେଆଇନ ମଦ କାରବାର ହେଉଥିବା ପୋଲିସ ଖବରପାଇ ଚଢ଼ାଉ କରିଥିଲା। ମଦ ଜବତ ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କେସ ନଂ. ୧୭,୧୮/୨୦ ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।








