Home ଜିଲ୍ଲା ପରିକ୍ରମା ୨୮ ବର୍ଷରେ ପଦାର୍ପଣ କଲା ତିହିଡି ମେଳନ

୨୮ ବର୍ଷରେ ପଦାର୍ପଣ କଲା ତିହିଡି ମେଳନ

27

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୮ ବର୍ଷରେ ପଦାର୍ପଣ କଲା ଭଦ୍ରକ ଜିଲ୍ଲା ତିହିଡି ମେଳନ। ଦୁଇ ବର୍ଷ ଧରି କରୋନା କଟକଣାରେ ମାହୋଲ ସୀମତି ଥିବା ବେଳେ ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ମେଳନ କମିଟିର ସଭାପତି ବିଜୟ କୁମାର ନାୟକଙ୍କ ସମେତ ସମ୍ପାଦକ ସଚ୍ଚିକାନ୍ତ ନାୟକ, ଉପସଭାପତି ପାର୍ଥସାରଥି ନାୟକ, ସହସମ୍ପାଦକ ରମାକାନ୍ତ ନାଥ, କୋଷାଧ୍ୟକ୍ଷ ପ୍ରଭାତ ରାଉଳ, ଶରତ କର, ବିଷ୍ଣୁଚନ୍ଦ୍ର ଦାସ, ହରିହର ନାୟକ, କୈଳାସ ବେହେରା, ତାରାକାନ୍ତ ଜେନା, ବସନ୍ତ ବେହେରା, ବାଇଧର ହାତି, ସର୍ବେଶ୍ୱର ନାୟକ, ସପନ ନାୟକ, ବ୍ରଜକିଶୋର ଓଝା, ବିବେକାନନ୍ଦ ନାୟକ, ସୁକାନ୍ତ ଓଝା, ଅଶୋକ କର, ମହେନ୍ଦ୍ର ଓଝା, ଘନଶ୍ୟାମ ଓଝା, ରାଜେଶ ନାୟକ ପ୍ରମୁଖ ଗ୍ରାମବାସୀ ମେଳନ ପରିଚାଳନା କରିଥିଲେ। ଏହି ମେଳନରେ ବିଭିନ୍ନ ଗାଁ ଗଣ୍ଡାରୁ ୧୧ଟି ବିମାନ ଆସିଥିଲେ। ବାଜା ରୋଷଣୀର ତାଳେ ତାଳେ ଭକ୍ତମାନେ ମତୁଆଲା ସାଜି ଠାକୁରଙ୍କୁ ମେଳନ ପଡିଆଙ୍କୁ ଆଣିଥିଲେ। ସେଠାରେ ଭୋଗ ଖାଇବା ସହିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆମନ୍ତ୍ରିତ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସ ନେତା ଅଶୋକ କୁମାର ଦାସ ଯୋଗଦେଇ ଆୟୋଜକ କମିଟିକୁ ସାଧୁବାଦ ଦେଇଥିଲେ। ଅବିର ଖେଳ ସହିତ କାଦୁଆ ଖେଳରେ ମେଳନ ସମାହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.