Home ଜିଲ୍ଲା ପରିକ୍ରମା ୨୭ ତମ କାରଗିଲ ବିଜୟ ଦିବସ ପାଳିତ, କାରଗିଲ ଶହୀଦ ମାନେ ଚିରସ୍ମରଣୀୟ

୨୭ ତମ କାରଗିଲ ବିଜୟ ଦିବସ ପାଳିତ, କାରଗିଲ ଶହୀଦ ମାନେ ଚିରସ୍ମରଣୀୟ

6

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅବସରପ୍ରାପ୍ତ ସୈନିକ ସଂଘ ଓ ଶହୀଦ ଭଗତ ସେନା ପକ୍ଷରୁ ୨୭ ତମ କାରଗିଲ ବିଜୟ ଦିବସ ବାଗୁରାଇ ସ୍ଥିତ ସୈନିକ ସଂଘ କାର୍ଯ୍ୟାଳୟରେ ଶନିବାର ସକାଳ୯ଟାରେ ପାଳିତ ହୋଇଯାଇଛି। ସୈନିକ ସଂଘ ଓ ଭଗତ ସେନାର ସଦସ୍ୟ ମାନେ ଉପସ୍ଥିତ ହୋଇ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ଭେଟେରାନ ରୋହିତ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ସମ୍ପାଦକ ଭେଟେରାନ ଅଶୋକ କୁମାର ପାତ୍ର, ଉପ?ଦେଷ୍ଟା ଭେଟେରାନ ନାରାୟଣ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଦାସ, ସୁରେଶ ନାୟକ, କରୁଣାକର ପରିଡ଼ା, ନିଗମାନନ୍ଦ ତ୍ରିପାଠୀ, ଭଗତ ସେନା ସଦସ୍ୟ ହେମନ୍ତ ମହାପାତ୍ର ପ୍ରମୁଖ ଶହୀଦ ମାନଙ୍କ ସ୍ମୃତିଚାରଣ କରିବା ସହ କାରଗିଲ ଯୁଦ୍ଧରେ ବିଜୟ ଆମ ଦେଶ ପାଇଁ ଏକ ବଡ଼ ସଫଳତା ଥିଲା ଏବଂ ଏହି ଯୁଦ୍ଧରେ ଶହୀଦ ହୋଇଥିବା ଯବାନ ମାନେ ଚିରସ୍ମରଣୀୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୈନିକ ସଂଘ ଓ ଭଗତ ସେନାର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.