Home ଜିଲ୍ଲା ପରିକ୍ରମା ୨୪ ବର୍ଷର ବିକାଶକୁ କେବେବି ବିଜେପି ଟପି ପାରିବ ନାହିଁ, ବିଜେପିର ଧନ୍ୟବାଦ ସଭା ବିରୋଧରେ...

୨୪ ବର୍ଷର ବିକାଶକୁ କେବେବି ବିଜେପି ଟପି ପାରିବ ନାହିଁ, ବିଜେପିର ଧନ୍ୟବାଦ ସଭା ବିରୋଧରେ ଧାମନଗର ବିଜେଡିର ସାମ୍ୱାଦିକ ସମ୍ମିଳନୀ

14
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ସରକାର ସମୟରେ ରାଜ୍ୟ ସହିତ ଧାମନଗର ରେ ଅନେକ ବିକାଶ ହୋଇଛି। ଯାହା ବିଜେଡି ସରକାର ବେଳେ ହୋଇଚି ଏବେ ବିଜେପି ସରକାର କେବଳ ରଙ୍ଗ ମାରି ବିକାଶ କରୁଛି ବୋଲି କହୁଛି। ପୁର୍ବ ସରକାର ସମୟ ରେ ଧାମନଗର ରେ ବିଭିନ୍ନ ହାଇସ୍କୁଲ ରେ ଯୁକ୍ତ ୨ ଖୋଲିବା ପାଇଁ ପ୍ରସ୍ତାବ ରଖିଥିବା ବେଳେ ଏବେ। ଧାମନଗର ବ୍ଲକର ତିନିଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଞ୍ଜୁରୀ ଦେଇଛି। ଫଳରେ ଏହି ତିନିଟି ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବ ବୋଲି ସୂଚନା ମିଳିଛି। ଆନନ୍ଦପୁର ପଂଚାୟତର ଜଗନ୍ନାଥ ନୋଡାଲ ହାଇସ୍କୁଲ, ନାରାୟଣପୁର ସ୍ଥିତ ଇନ୍ଦ୍ରଗୋବିନ୍ଦ ନୋଡାଲ ହାଇସ୍କୁଲ ଓ ସୋହଡ଼ା ପଂଚାୟତର ବାଲିପଡ଼ାସ୍ଥିତ ବୈତରଣୀ ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବ । ଏହି ଘୋଷଣା ପରେ ଧାମନଗର ବିଜେପି ପକ୍ଷରୁ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଦଳୀୟ ବ୍ୟାନର ଲଗାଇ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପାଇଁ ଧନ୍ୟବାଦ ଇନ୍ଦ୍ରଗୋବିନ୍ଦ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଖଗେଶ୍ୱର ଯେନା ସହକାରୀ ଶିକ୍ଷୟିତ୍ରୀ ମମତା ବେହେରାଙ୍କ ସମେତ ଅନ୍ୟ ସହଯୋଗୀ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତି ରେ ସଭା କରିଥିଲେ। ଦଳୀୟ ପ୍ରଚାରକୁ ଧାମନଗର ବିଜୁ ଜନତା ଦଳ ଘୋର ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଧାମନଗର ପୂର୍ତ ବଙ୍ଗଳା ଠାରେ ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଡାକ୍ତର ସଞ୍ଜୟ ଦାସ,ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ବିଜୁ ଯୁବଜନତା ଦଳର ବ୍ଲକ ସଭାପତି । ଭାରତ ବିଜୟ ଦଳାଇ, ନଗର ବିଜେଡ଼ି ସଭାପତି ବିଜୟ କେତନ ସାହୁ,ପୂର୍ବତନ ସଭାପତି ଶୁଶାନ୍ତ ରାଉତ।ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥାଇ ବିଦ୍ୟାଳୟରେ ବିଜେପିର ଦଳୀୟ ପ୍ରଚାରକୁ ବିରୋଧ କରିଥିଲେ। ଏଥି ସହ +୨ ଖୋଲିବା ନିମନ୍ତେ ପୂର୍ବ ବିଜେଡ଼ି ସରକାର ସମୟରେ ୫୨ ଟି ବିଦ୍ୟାଳୟକୁ ୫ – ଟି ରେ ଅନ୍ତର୍ଭୁକ୍ତ କରାଯାଇ ଭିତିଭୂମୀ ପ୍ରସ୍ତୁତ କରାଯାଇଥିଲା ଓ ଭିତି ଭୂମିଥିବା ବିଦ୍ୟାଳୟ ରେ ଯୁକ୍ତ ୨ ଖୋଲିବା ପାଇଁ ନିର୍ଦେଶ ଥିବା ବେଳେ ଏବେ ଏ ବାହାପିଆ ସରକାର ମାତ୍ର ତିନୋଟି କଲେଜ ଖୋଲିବା ପାଇଁ ପ୍ରଚାର କରୁଛି ।ଅପର ପକ୍ଷେ ଶିକ୍ଷାମନ୍ତ୍ରୀ ଙ୍କ କଳାକାରନାମ ଚପାଇବା ପାଇଁ ଏ ଧନ୍ୟବାଦ୍ ପର୍ବ କରି ନିଜ ଦୋଷ କୁ ଲୁଚାଉଛି ବୋଲି ବିଜେଡି ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.