Home ଜିଲ୍ଲା ପରିକ୍ରମା ୨୪ ବର୍ଷର ଦେଶ ସେବା ପରେ ମାତୃଭୂମିକୁ ଫେରିଲେ ବୀର ଯବାନ ପବିତ୍ର ମୋହନ, ଜିଲ୍ଲା...

୨୪ ବର୍ଷର ଦେଶ ସେବା ପରେ ମାତୃଭୂମିକୁ ଫେରିଲେ ବୀର ଯବାନ ପବିତ୍ର ମୋହନ, ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ଓ ଗ୍ରାମବାସୀ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

5

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଂଟିଦୋଳ ଗ୍ରାମର ସୁଯୋଗ୍ୟ ସନ୍ତାନ ପବିତ୍ର ମୋହନ ନାୟକ ଭାରତୀୟ ସ୍ଥଳ ସେନାରେ ଦୀର୍ଘ ୨୪ ବର୍ଷ କାଳ ନିଷ୍ଠାର ସହ ସେବା କରିବା ପରେ ଗତ ଫେବୃଆରୀ ୩ ତାରିଖରେ ଅବସର ଗ୍ରହଣ କରି ନିଜ ଗ୍ରାମକୁ ଫେରିଛନ୍ତି। ତାଙ୍କର ଏହି ପ୍ରତ୍ୟାବର୍ତନ ସମୟରେ ଗ୍ରାମରେ ଏକ ଆନନ୍ଦର ଲହରୀ ଖେଳିଯାଇଛି।ଛାତ୍ର ଅବସ୍ଥାରୁ ଦେଶ ମାତୃକାର ସେବା ପାଇଁ ସେନାରେ ଯୋଗ ଦେଇଥିବା ପବିତ୍ର, ନିଜର ସମଗ୍ର ଚାକିରି କାଳ ମଧ୍ୟରେ ଅତ୍ୟନ୍ତ ଦକ୍ଷତା ଓ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି।ଅବସର ପରେ ନିଜ ଗ୍ରାମରେ ପହଂଚିବା ପରେ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ, ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସମୟରେ ତାଙ୍କ ପିତା ଅକ୍ଷୟ ନାୟକ, ମାତା ଅନ୍ନପୂର୍ଣ୍ଣା ନାୟକ ଏବଂ ଭଉଣୀ ନିରୁପମା ଓ ଲତା ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ଚାକିରିରୁ ଅବସର ନେବା ପରେ ବି ପବିତ୍ର ଙ୍କ ମନରେ ସେବାର ମନୋଭାବ ଅତୁଟ ରହିଛି। ଅବଶିଷ୍ଟ ସମୟ ସେ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିବେ ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି ଗରିବ ଓ ସାଧାରଣ ଅସହାୟ ଲୋକଙ୍କ ସେବା କରିବାର ସଂକଳ୍ପ ନେଇ ସେ ନିଜର ଏହି ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.