Home ଜିଲ୍ଲା ପରିକ୍ରମା ୨୪ ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ

୨୪ ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ

73

ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ପରିସରସ୍ଥ ସାଇ ମନ୍ଦିର ଠାରେ ୨୪ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ ହୋଇଯାଇଛି। ଗତକାଲି ସନ୍ଧ୍ୟା ୬ଘଟିକା ସମୟରୁ ଆରମ୍ଭ ହୋଇଥିବା ଏହି ଅଖଣ୍ଡ ସାଇ ଭଜନ ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। କଂଚନବିଲି ସାଇ ସମିତି ଆନୁକୂଲ୍ୟରେ ହୋଇଥିବା ଏହି ଅଖଣ୍ଡ ଭଜନରେ ନୟାଗଡ଼ ପାଢୀ ଟ୍ୟୁଟୋରିଆଲର ଡାଇରେକ୍ଟର ତଥା ନୟାଗଡ଼ ସାଇ ସମିତିର ମୁଖ୍ୟ ଡଃ ଅରୁନ୍ଧତୀ ପାଢୀ, ନକୁଳ ଭାଇ, ମକର ଭାଇ, ମୀନତି ଉଉଣୀ ପ୍ରମୁଖ ଯୋଗଦେଇ ଭଗବାନ ସାଇଙ୍କ ଅମୂଲ୍ୟ ବାଣୀ ଶୁଣାଇଥିବାବେଳେ ଡଃ ପାଢୀ ଠାକୁରଙ୍କ କୃପା ପାଇବାର ସହଜ ଉପାୟ ଓ ତ୍ୟାଗପୂତ ଜୀବନ ଉପରେ ମହତବାଣୀ କହିଥିଲେ। କଂଚନବିଲି ସାଇ ସମିତିର ମୁଖ୍ୟ ରୁବି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଖଣ୍ଡ ଭଜନରେ ଜଟାଧାରୀ ନାୟକ, ସୁରେନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ବେହେରା, ପ୍ରମିଳା ପ୍ରଧାନ ପ୍ରମୁଖ ସହଯୋଗ କରିଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ମୁଦୁଲି, ଶୁଭଦର୍ଶିନୀ ସାହୁ, ମମତା ପ୍ରଧାନ, ଇପ୍‌ସା ପ୍ରଧାନ, ସାଇରାମ ମୁଦୁଲି, ବିଦ୍ୟୁଲତା ମହାନ୍ତି ପ୍ରମୁଖ ସାଇ ଭଜନ ପରିବେଷଣ କରିଥିଲେ। ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ବିଭୁକୃପା ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.