Home ଜିଲ୍ଲା ପରିକ୍ରମା ୨୪ତମ ସ୍ମୃତି ସଂଧ୍ୟା, ଅବିସମ୍ବାଦିତ ‘ଗାନ୍ଧୀ’ ଗୌରାଙ୍ଗଚନ୍ଦ୍ର, ମୁକ୍ତି ସଂଗ୍ରାମର ଅମ୍ଳାନ ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର

୨୪ତମ ସ୍ମୃତି ସଂଧ୍ୟା, ଅବିସମ୍ବାଦିତ ‘ଗାନ୍ଧୀ’ ଗୌରାଙ୍ଗଚନ୍ଦ୍ର, ମୁକ୍ତି ସଂଗ୍ରାମର ଅମ୍ଳାନ ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର

83
??????

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ଗୌରାଙ୍ଗଚନ୍ଦ୍ର ଥିଲେ ବାସୁଦେବପୁର ଅଞ୍ଚଳର ଅବିସମ୍ବାଦିତ ‘ଗାନ୍ଧୀ’ । ସ୍ୱାଧୀନତା ସଂଗ୍ରାମର ମୈଦାନରେ ସେ ଯେପରି ଥିଲେ ଜଣେ ସମର୍ଥ ସୈନିକ, ସ୍ୱାଧୀନତା ପରବର୍ତ୍ତୀ କାଳର ସମାଜସେବା କ୍ଷେତ୍ରରେ ସେହିପରି ଥିଲେ ପ୍ରଣମ୍ୟପୁରୁଷ ବୋଲି ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କ ୨୪ତମ ସ୍ମୃତି ସଂଧ୍ୟା ଅବସରରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକମାନେ ମତ ପ୍ରକାଶ କରିଛନ୍ତି । ସଂସ୍କୃତି ଭବନ ପରିସରରେ ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ୍ ଦୁଃଶାସନ ରାଉତ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେଉଁ ସମୟରେ ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର ମୁକ୍ତି ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ, ସେସମୟ ପରିବର୍ତ୍ତନ ହୋଇଯାଇଛି । ତେବେ ଗାନ୍ଧୀଜୀଙ୍କ ଆଦର୍ଶରେ ସ୍ୱର୍ଗତ ମହାନ୍ତି ଉଦ୍‌ବୁଦ୍ଧ ହୋଇ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରି ଯେଉଁ ମହାନ୍ କାର୍ଯ୍ୟ କରିଯାଇଛନ୍ତି ତାହା ସ୍ମରଣୀୟ ।

ସମ୍ମାନିତ ବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଓ ସାହିତ୍ୟିକ ସଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ମୁକ୍ତି ସଂଗ୍ରାମର ନିଆଁକୁ ପ୍ରଜ୍ୱଳିତ କରିବା ଲାଗି ବାଞ୍ଛାନିଧି ଚକଡ଼ାର ସଭାପତି ଭାବେ ସେ ଯେଭଳି ଦୃଢ଼ ପଦକ୍ଷେପ ନେଇଥିଲେ ତାହା ସ୍ୱାଗତଯୋଗ୍ୟ । ଅନୁଷ୍ଠାନର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣରେ ସମଗ୍ର ଓଡ଼ିଶାରେ ଜଣେ ଖ୍ୟାତନାମା ସଂଗ୍ରାମୀ ହୋଇପାରିବା ଏକ ବିସ୍ମୟକର ଘଟଣା ଏବଂ ଯେଉଁ ସମୟରେ ଇଂରେଜମାନେ ଅନ୍ୟାୟ ଅତ୍ୟାଚାର କରିଚାଲିଥିଲେ, ସେତେବେଳେ ସ୍ୱାଭିମାନୀ ଗୌରାଙ୍ଗ ଚନ୍ଦ୍ର ନିଜ ପାରିବାରିକ ଦାରିଦ୍ର‌୍ୟକୁ ଭୁଲି ଯେପରି ସେହି ନିର୍ଯ୍ୟାତନାର ବିରୋଧ କରିପାରିଥିଲେ, ତାହା ତାଙ୍କ ଜୀବନଯାତ୍ରାର ସ୍ମରଣୀୟ କାହାଣୀ ବୋଲି କହିଥିଲେ । ସହ ସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆବାହାନ ଓ ଅତିଥି ପରିଚୟ ପ୍ରଦାନ କରିଥିବେ ବେଳେ, ବାବୁବାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତଙ୍କୁ ‘ଗୌରାଙ୍ଗଚନ୍ଦ୍ର ମହାନ୍ତି ସ୍ମୃତି ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । କବି ଗୌତମ ମହାରଣା ମାନପତ୍ର ପାଠ କରିଥିଲେ । କବି ବିପ୍ଳବ ହୋତାଙ୍କ ସଂଯୋଜନାରେ କବିତା ଆସରରେ ରମେଶ ଦାସ, ଅନୀଲ ଦାସ, ରମେଶ ସ୍ୱାଇଁ, ଦୟାନ୍ ଖାଁ, ଶରତ ଜେନା, ଗୀତାରାଣୀ ଆଇଚ, ଅବନୀ ପ୍ରଧାନ, ଜାନକୀ ପାଢ଼ି, ଶକୁନ୍ତଳା ନାୟକ, ମୁସ୍ତାକ ଗହ୍ୱର, ହରମୋହନ କୁଅଁର, ଲକ୍ଷ୍ମୀକାନ୍ତ ପାଢ଼ି, ହରିଶ ଦାସ, ନରେଶ ଚନ୍ଦ୍ର ଲେଙ୍କା, ମନୋରମା ରାୟ, ବିଚିତ୍ରା ନନ୍ଦ ଜେନା ପ୍ରମୁଖ କବିତା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.