ନୂଆଦିଲ୍ଲୀ : ୨୮-୬ (ଓଡ଼ିଆ ପୁଅ) ଗୋଟିଏ ପଟେ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଗତ, ୨୧ ଦିନ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କିଛି ଆରାମ ମିଳିଛି, ୨୨ ତମ ଦିନରେ ମୂଲ୍ୟ ବୃଦ୍ଧି ହୋଇନାହିଁ। ତିନି ସପ୍ତାହ ପରେ ଏହା ହେଉଛି ପ୍ରଥମ ଦିନ, ଯେତେବେଳେ ଡିଜେଲ-ପେଟ୍ରୋଲର ମୂଲ୍ୟ ବୃଦ୍ଧି ହୋଇନାହିଁ। ତଥାପି, ଶସ୍ତା ହୋଇନାହିଁ। ବରଂ ଏହା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୩୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲର ଲିଟର ପିଛା ୮୦.୪୦ ଟଙ୍କା ରହିଛି। ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୭.୧୪ ଟଙ୍କା ରହିଛି। ଡିଜେଲର ମୂଲ୍ୟ ହେଉଛି ଲିଟର ପିଛା ୭୮.୭୧ ଟଙ୍କା। କୋଲକାତାରେ ଆଜି ପେଟ୍ରୋଲ ଲିଟର ପିଛା ୮୨.୦୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲର ଲିଟର ପିଛା ୭୫.୫୨ ଟଙ୍କା ରହିଛି। ଏହା ବ୍ୟତୀତ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୩.୫୯ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୭୭.୬୧ ଟଙ୍କାରେ ବିକ୍ରି ହେଉଛି।
ସହରର ନାମ ପେଟ୍ରୋଲ ପ୍ରତି ଲିଟର ଡିଜେଲ ପ୍ରତି ଲିଟର
ଭୁବନେଶ୍ୱର ୮୦.୯୫ ୭୮.୫୬
ଦିଲ୍ଲୀ ୮୦.୩୮ ୮୦.୪୦
ଚଣ୍ଡିଗଡ଼ ୭୭.୩୬ ୭୧.୮୬
ମୁମ୍ବାଇ ୮୭.୧୪ ୭୮.୭୧
ବାଙ୍ଗାଲୋର ୮୨.୯୯ ୭୬.୪୫
ଚେନ୍ନାଇ ୮୩.୫୯ ୭୭.୬୧
କୋଲକାତା ୮୨.୦୫ ୭୫.୫୨
ନୋଏଡା ୮୧.୦୪ ୭୨.୪୮
ଗୁରୁଗ୍ରାମ ୭୮.୫୯ ୭୨.୬୬
ପାଟନା ୮୩.୨୭ ୭୭.୩୦
ଏଥି ସହିତ ଗତ ୨୧ ଦିନ ମଧ୍ୟରେ ଡିଜେଲ-ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଥିଲା, ଯାହା ଆଜି ସ୍ଥିର ହୋଇଛି। ଇତି ମଧ୍ୟରେ ଡିଜେଲ ଲିଟର ପିଛା ୧୧ ଟଙ୍କା ମହଙ୍ଗା ହୋଇଥିବାବେଳେ ପେଟ୍ରୋଲ ମୂଲ୍ୟ ୯.୧୨ ଟଙ୍କା ବୃଦ୍ଧି ପାଇଛି।