Home ଓଡ଼ିଶା ୨୨ ତାରିଖ ସନ୍ଧ୍ୟା ୬ ଘଟିକାରୁ ସନ୍ଧ୍ୟା ୬.୧୫ ମି ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ନକରିବା...

୨୨ ତାରିଖ ସନ୍ଧ୍ୟା ୬ ଘଟିକାରୁ ସନ୍ଧ୍ୟା ୬.୧୫ ମି ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ନକରିବା ପାଇଁ ରାଜ୍ୟବାସୀଙ୍କୁ ସର୍ବଦଳୀୟ ନିଷ୍ପତି ଆଧାରରେ ପିସିସି ସଭାପତିଙ୍କ ଅନୁରୋଧ

31

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) – ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି। ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା। କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି। ଏହା ଅନ୍ୟାନ୍ୟ କେତେକ ରାଜ୍ୟରେ ବହୁତ କମ୍ କ୍ଷତି। ଏପରିକି ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଛି। ଓଡ଼ିଶାରେ ବେଶି କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା। ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା। ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତି ହୋଇଛି। ବିଦ୍ୟୁତ ବିତରଣକାରୀ କମ୍ପାନୀ ଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଯେଉଁଥିପାଇଁ ୨୦ ପଇସା ବିଦ୍ୟୁତ ଦର ବଢ଼ାଇ ଦିଆଯାଇଛି। ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ପାଇଁ ସବୁ ରାଜନୈତିକ ଦଳ ମିଶି ଆସନ୍ତା ୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟ ୬ଘଟିକାରୁ ୬-୧୫ ମି- ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରିଛି। ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦର ସ୍ୱର ସରକାରଙ୍କ ପାଖରେ ପହଂଚାଇବା ପାଇଁ ୧୫ ମିନିଟ୍ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.