ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପାସ୍ଥିତ ମହାରାଜା ଅଗ୍ରସେନ ଭବନରେ ଟାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶା (ତାଓ)ର ୨୨ତମ ଚମ୍ପିୟାନସିପ ଉଦଘାଟିତ ହୋଇ ଯାଇଛି।ଭାରତୀୟ ଟାଇକୋଣ୍ଡୋର ଜନକ ତଥା ଟାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଡ ଜିମ୍ମି ଆର ଜାଗତିଆନି ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ଉଜ୍ୱଳନ ସହ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳର ଅଧକ୍ଷ ଡ଼ ଦୁର୍ଗା ଶଙ୍କର ଦାଶ, ଅଧିବକ୍ତା ଅତିଶ ବେହେରା, ସମାଜସେବୀ ମଦନ ମୋହନ ଅଗ୍ରୱାଲ, ରାଜକିଶୋର ଖେରିଆ ଯୋଗ ଦେଇ ଭଦ୍ରକ ଭଳି ଏକ ଛୋଟ ଜିଲ୍ଲା ରେ ଏ ଭଳି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉ ଥିବାରୁ ତାଓ ର କର୍ମ କର୍ତା ଙ୍କୁ ସାଧୁବାଦ ଜଣାଇଥିଲେ। ହାପି ହୋମ ସ୍କୁଲର ଡାଇରେକ୍ଟର ପ୍ରଜ୍ଞା ପରିମିତା ପଲାଇ ସଭା ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ପ୍ରତିଯୋଗିତା ର ବିବରଣୀ ପାଠ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ‘ଖେରୋଗୀ’ଓ ‘ପୁମସେ’ବିଭାଗ ର ଉଭୟ ବାଳକ ଓ ବାଳିକାବିଭାଗ ର ୪୦୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ୩୦ଜଣ ବ୍ଲାକ ବେଲ୍ଟ, ୧୮ଜଣ ଜାତୀୟ ରେଫେରି ଯୋଗ ଦେଇଥିବା ଜଣାପଡିଛି। ଚମ୍ପିୟାନସିପ କାର୍ଯ୍ୟ ସଂଚାଳନରେ ଉପସଭାପତି ରମେଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଯୋଗେଶ୍ୱର ମହନ୍ତ, ପବନ ଶର୍ମା, କୋଷାଧକ୍ଷ୍ୟା ସଂଘମିତ୍ରା ଦାଶ, ବିଦ୍ୟାଧର ବାରିକ,ବିିଶାଲ ଲଖାନୀ, ଅଜୟ କୁମାର ଧଳ, ରମେଶ ଜେନା, ଧନେଶ୍ୱର ଜେନା, ସୁରେଶ ନାୟକ, ହରିହର ବାରିକ, ଶସଧର ଜେନା, ଗୌରହାରୀ ସାମଲ ସହଯୋଗ କରିଥିଲେ








