Home ଓଡ଼ିଶା ୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

41

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଆସନ୍ତା ୨୧ ତାରିଖରେ ଭାରତର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର, ରାଉରକେଲା ଏବଂ ପୁରୀ ଅଂଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଉକ୍ତ ଗସ୍ତକୁ ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ପୋଲିସ୍ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଡିଜିପି ଶ୍ରୀ ଅଭୟ ରାଷ୍ଟ୍ରପତିଙ୍କ ବିଭିନ୍ନ ଅଂଚଳକୁ ଗସ୍ତ କାର୍ଯ୍ୟକ୍ରମକୁ ନେଇ ସେଠାକାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ଏହାସହ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ଏବଂ ଭୁବନେଶ୍ୱରସ୍ଥିତ ରାଜଭବନର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଥିଲେ।

ରାଷ୍ଟ୍ରପତିଙ୍କ ପ୍ରତିଟି ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ସମୟରେ କୋଭିଡ୍ ଗାଇଡ୍ ଲାଇନ୍‌କୁ ସଠିକ୍ ଭାବେ ଅନୁପାଳନ କରାଯିବ ଏବଂ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଏସ୍‌.ପି.ମାନଙ୍କୁ ଡିଜିପି ଶ୍ରୀ ଅଭୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଭିଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଏବଂ ଶୃଙ୍ଖଳା), ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ, ପୋଲିସ୍ କମିଶନର କଟକ-ଭୁବନେଶ୍ୱର, ଯୁଗ୍ମ ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ବ୍ୟୁରୋ, ଆଇ.ଜି.ପଶ୍ଚିମାଂଚଳ ରେଂଜ, ରାଉରକେଲା, ଡି.ଆଇ.ଜି.ପି କେନ୍ଦ୍ରୀୟ ରେଂଜ, କଟକ, ଏସ୍‌.ପି ରାଉରକେଲା, ପୁରୀ, ଝାରସୁଗୁଡ଼ା ଏବଂ ଡି.ସି.ପି.ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସିଆଇଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଉକ୍ତ ଭିଡିଓ କନ୍‌ଫରେନ୍ସରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.