Home ଜିଲ୍ଲା ପରିକ୍ରମା ୨୦୨୨ ଏସିଆନ୍ ଗେମ୍ ପ୍ରତିଭା ଚୟନ ପାଇଁ ଭଦ୍ରକରୁ ୩ ମନୋନୀତ

୨୦୨୨ ଏସିଆନ୍ ଗେମ୍ ପ୍ରତିଭା ଚୟନ ପାଇଁ ଭଦ୍ରକରୁ ୩ ମନୋନୀତ

103

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୬ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଭା ଚୟନ ପ୍ରକ୍ରିୟା ଲକ୍ଷ୍ନୌ ସାଇ ସେଣ୍ଟରରେ ଅନୁଷ୍ଠିତ ହେବ । ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ଲାଗି ତାଇକୋଣ୍ଡୋ କ୍ରୀଡାବିତ ମାନଙ୍କର ଯୋଗ୍ୟତା ଅଲ୍ ଇଣ୍ଡିଆ ୟୁନିଭର୍ସିଟି ଏବଂ ଜାତୀୟ ସିନିୟର ନେସନାଲରେ ମେଡାଲଧାରୀମାନେ ଅଂଶ ଗ୍ରହଣ କରିବା ପାଇଁ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ତରଫରୁ ମନୋନୀତ ହୋଇଛନ୍ତି । ଏହି କ୍ରୀଡାବିତ୍‌ମାନେ ହେଲେ ସତ୍ୟପ୍ରକାଶ ମହାନ୍ତି, ଶାଶ୍ୱତୀ ନାୟକ ଏବଂ ଜଗନ୍ନାଥ ବେହେରା । ଏହି ପ୍ରତିଭା ଚୟନ ପ୍ରକ୍ରିୟାରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନେ ୨୦୨୨ରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମରେ ଅଂଶଗ୍ରହଣ କରିପାରିବେ । ରାଜ୍ୟ ତାଇକଣ୍ଡୋ ସଂଘର ପ୍ରତିଷ୍ଠାତା ଓ ମୁଖ୍ୟ ଗୋପାଳଚନ୍ଦ୍ର ରାୟ, ଓଡିଶା ତାଇକଣ୍ଡୋର ସଭାପତି ସୁନ୍ଦରମଣୀ ପଟେଲ, ସମ୍ପାଦକ ଚିନ୍ମୟ ବେହେରା ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.