Home Top News ୨୦୨୧-୨୨ ରେ ୧୬.୫ ଲକ୍ଷ କୋଟି ଟଙ୍କାର କୃଷିଋଣ ପାଇଁ ଘୋଷଣା

୨୦୨୧-୨୨ ରେ ୧୬.୫ ଲକ୍ଷ କୋଟି ଟଙ୍କାର କୃଷିଋଣ ପାଇଁ ଘୋଷଣା

89

ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ -୨୦୨୧ ଭାଷଣରେ କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏମଏସପିରେ ପରିବର୍ତ୍ତନ କରାଯିବ ଏବଂ ଏହା କୃଷକମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ।

ସେ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ କୃଷକମାନଙ୍କ ପାଇଁ ଅଧିକ ଆର୍ଥିକ ଋଣ ଉପଲବ୍ଧ ହେବ। ଏଥିପାଇଁ ସରକାର ୧୬.୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ସରକାର କୃଷି ଋଣ ପାଇଁ ୧୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ନୂତନ ଆର୍ଥିକ ବର୍ଷରେ କୃଷକମାନେ ଚଳିତ ଆର୍ଥିକ ବର୍ଷ ତୁଳନାରେ ୧.୫ ଲକ୍ଷ କୋଟି ଟଙ୍କା ଅଧିକ ପାଇବେ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କ ଠାରୁ ୭୫, ୧୦୦ କୋଟି ଟଙ୍କା ମୂଲ୍ୟର ଗହମ କିଣିଛନ୍ତି। ସେ କହିଛନ୍ତି ଯେ, ଏମଏସପି ଉପରେ ସରକାରୀ କ୍ରୟ ଚଳିତ ବର୍ଷ ୪୩.୩୬ ଲକ୍ଷ ଚାଷୀଙ୍କୁ ଉପକୃତ କରିଥିବାବେଳେ ଗତ ବର୍ଷ ଏହିପରି ହିତାଧିକାରୀଙ୍କ ସଂଖ୍ୟା ୩୫.୫୭ ଲକ୍ଷ ଥିଲା। ସଂସଦରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ମଧ୍ୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୃଷିଜାତ ଦ୍ରବ୍ୟ କ୍ରୟ ଧୀରେ ଧୀରେ ବୃଦ୍ଧି ପାଉଛି ଏବଂ ଏହା ଚାଷୀଙ୍କ ପାଇଁ ଲାଭଦାୟକ ଅଟେ। ସେ କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ପାଇଁ ସରକାର ସର୍ବଦା ପ୍ରତିବଦ୍ଧ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବଜେଟ୍ ଘୋଷଣା କରିବାବେଳେ କହିଛନ୍ତି ଯେ ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ (ଏନବିଏଫସି) ଏବଂ ସମବାୟ ସମିତି କୃଷି ଋଣ କ୍ଷେତ୍ରରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ନାବାର୍ଡ ରିଫାଇନାନ୍ସ ସ୍କିମ୍ ଆହୁରି ବିସ୍ତାର କରାଯିବ। ୨୦୨୦-୨୧ ବର୍ଷ ପାଇଁ କୃଷିଋଣ ଲକ୍ଷ୍ୟକୁ ୧୫ ଲକ୍ଷ କୋଟି ଟଙ୍କା ସ୍ଥିର କରାଯାଇଛି।

କୃଷି ଋଣର ଲକ୍ଷ୍ୟ ପ୍ରତିବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଲକ୍ଷ୍ୟ ଅପେକ୍ଷା କୃଷକମାନଙ୍କୁ ପ୍ରତିବର୍ଷ ଅଧିକ ଋଣ ଉପଲବ୍ଧ କରାଯାଉଛି। ଉଦାହରଣ ସ୍ୱରୂପ, ୨୦୧୭-୧୮ ମସିହାରେ କୃଷକମାନଙ୍କୁ ୧୧.୬୮ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା, ଯାହା ସେହି ବର୍ଷ ପାଇଁ ସ୍ଥିର ହୋଇଥିବା ୧୦ ଲକ୍ଷ କୋଟିର ଲକ୍ଷ୍ୟଠାରୁ ବହୁତ ଅଧିକ ଥିଲା।

ସେହିଭଳି, ୨୦୧୬-୧୭ ରେ ସ୍ଥିର ହୋଇଥିବା ୯ ଲକ୍ଷ କୋଟିର ଲକ୍ଷ୍ୟ ତୁଳନାରେ କୃଷକମାନଙ୍କୁ ୧୦.୬୬ ଲକ୍ଷ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଥିଲା। ଅଧିକ କୃଷି ଅମଳ ହାସଲ କରିବାରେ ସୁଲଭ ଋଣ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.