Home ଓଡ଼ିଶା ୨୦୨୦-୨୧ କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ...

୨୦୨୦-୨୧ କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ – ଧର୍ମେନ୍ଦ୍ର ପ୍ରଧାନ

257

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୧ (ଓଡ଼ିଆ ପୁଅ) – ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ। ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବଜେଟରେ ଘୋଷଣା କରାଯାଇଥିବା କାରଣରୁ ଓଡିଶା ଭଳି ରାଜ୍ୟରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ। ଯୁବକମାନଙ୍କର ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢାଇବା ପାଇଁ “ସାଗରମିତ୍ର’ ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି। ଦେଶର ଗ୍ରାମ ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ। ସରକାରୀ ସୁବିଧାରୁ ବଂଚିତ ସାଧାରଣ ତଥା ଗରିବ ଶ୍ରେଣୀର ଲୋକ ଏହାର ଲାଭ ପାଇବେ। ସେହିପରି ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା, ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ପଛୁଆ ରାଜ୍ୟ ମାନଙ୍କର ବିକାଶ ମୋଦି ସରକାରଙ୍କ ପ୍ରାଥମିକତା ବୋଲି କହିବା ସହ ଏଭଳି ନୀତି କାରଣରୁ ଓଡିଶା ଭଳି ରାଜ୍ୟ ଲାଭ ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି। ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି। ଏହିସବୁ କାମର ଲାଭ ଓଡିଶା ରାଜ୍ୟ ମଧ୍ୟ ପାଇବ। ଅପରପକ୍ଷରେ ଯେଉଁ ଅଂଚଳରେ ଜଙ୍ଗଲ ଅଧିକା ଅଛି ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ୧୫ଗ୍ଧଷ ଫାଇନାନ୍ସ କୋମିଶନରେ ବ୍ୟବସ୍ଥା ହୋଇଛି। ଓଡିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଇଥିବାରୁ ଓଡିଶାକୁ ଏହାର ଫାଇଦା ମିଳିବ। ଏହାବ୍ୟତିତ ମଧ୍ୟବିତ ଓ ବ୍ୟବସାୟୀ ମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି। ବ୍ୟକ୍ତିଗତ ଆୟରେ ଲାଗୁଥିବା ଟିକସ ହ୍ରାସ କରାଯାଇଛି। କର୍ପୋରେଟ୍ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି ା ଷ୍ଟାଟଅପ୍ କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ରହାତି ଦିଆଯାଇଛି। ଯଦ୍ୱାରା କରଦାତା ଓ ବ୍ୟବସାୟୀ ଉଭୟ ଲାଭ ପାଇବେ। ଓଡିଶା ମଧବର୍ଗୀୟ ରାଜ୍ୟ ହେଉଥିବାରୁ ଓଡିଶା ଲାଭ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ ଗତ ୫ ବର୍ଷରେ ଯେଉଁଭଳି ଭାବେ ଏକ ସୁଧାରବାଦୀ ନୀତି ମାଧ୍ୟମରେ ମୋଦି ସରକାର ଦେଶକୁ ଆର୍ଥିକ ପ୍ରବନ୍ଧନର ବଜେଟ୍ ମାଧ୍ୟମରେ ବ୍ୟବସ୍ଥାକୁ ଯୋଡିଥିଲେ। ସେହି ନୀତି ଆଧାରରେ ଏହି ବଜେଟର କ୍ରିୟାନ୍ୱୟନ କରାଯାଇଛି। ନିରନ୍ତର ସୁଧାର ବଜେଟର ମୂଳବିନ୍ଦୁ ଓ ବଜେଟର କେନ୍ଦ୍ରରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ରଖାଯାଇଛି। ଦୀର୍ଘମିଆଦି ଯୋଜନା ମାଧ୍ୟମରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ଲମ୍ବା ସମୟ ଧରି ଅର୍ଥନୈତିକ ସ୍ୱାବଲମ୍ବୀ କରାଯିବା ସହ ଏହା ମାଧ୍ୟମରେ କଲ୍ୟାଣକାରୀ ଦେଶ ଓ ରାଜ୍ୟ ବନାଇବାର ସରକାରଙ୍କ ଲକ୍ଷ୍ୟ।

ବଜେଟକୁ ସାମଗ୍ରିକ ଭାବେ ଦେଖିଲେ ବିଭିନ୍ନ ନୀତି ଓ ନୀତିରେ ସୁଧାର ଅଣାଯିବା କାରଣରୁ ଲୋକଙ୍କ ସଂଚୟ ବଢିବ। ସଂଚୟ ହେଲେ କ୍ରୟ ଶକ୍ତି ବଢିବ। କ୍ରୟ ଶକ୍ତି ବଢିଲେ ବଜାରରେ ଚାହିଦା ବଢିବ ଓ ଚାହିଦା ବଢିଲେ ଉତ୍ପାଦନ ବଢିବ। ଅର୍ଥନୀତିରେ ଯେଉଁ ଦୁର୍ବଳବସ୍ଥା ଦେଖାଯାଇଥିଲା ସେହିଭଳି ଅର୍ଥନୀତିରୁ ବାହାରିବା ପାଇଁ ଏହାଠୁ ଭଲ ପଦକ୍ଷେପ କିଛି ହୋଇନପାରେ। ସାରା ଭାରତବର୍ଷର ସାଧାରଣ ଲୋକମାନେ ଏହି ବଜେଟରୁ ଅଧିକ ଲାଭାର୍ଥୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.