Home ଜିଲ୍ଲା ପରିକ୍ରମା ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ଗାଁ ମଶାଣିରୁ ଶବ ଗାଏବ, ଆନ୍ତର୍ଜାତୀୟ ରାକେଟ୍‌ର ସଂପୃକ୍ତି ନେଇ ଉଚ୍ଚସ୍ତରୀୟ...

୨୦୧୭ ମସିହାରୁ ଏପର୍ଯ୍ୟନ୍ତ ଗାଁ ମଶାଣିରୁ ଶବ ଗାଏବ, ଆନ୍ତର୍ଜାତୀୟ ରାକେଟ୍‌ର ସଂପୃକ୍ତି ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଗ୍ରାମବାସୀ

22

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶଶ୍ମଶାନରୁ ଶବ ଗାଏବ ହେବା ଭଳି ଘଟଣା ହୁଏତ ଅନେକ ଶୁଣିନଥିବେ। ଏହିଭଳି ଏକ ଘଟଣା ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସ୍ଥିତ ସୋଲମପୁର ଗାଁରେ ଘଟିଚାଲିଛି। ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲା ଭଣ୍ଡାରିପୋଖରୀ ଥାନା ମଣିନାଥପୁର ସୋଲମପୁର ବୈତରଣୀ ନଦୀକୂଳ ସ୍ୱର୍ଗଦ୍ୱାର ଗ୍ରାମ ଶ୍ମଶାନ ରୁ ଗତ ସୋମବାର ରାତିରେ ୪ଟି ମୃତଦେହ ଚୋରି ହୋଇଥିଲା। ଗତ କିଛି ମାସ ମାସ ମଧ୍ୟରେ ମୃତ୍ୟୁବରଣ କରିଥିବା ଏହି ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା, ଶତ୍ରୁଘ୍ନ ଦାସ, ପ୍ରମିଳା ଦାସଙ୍କ ଶବ ଗାଏବ ହୋଇଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଯାହା ଜଣାଯାଏ ଗ୍ରାମବାସୀମାନେ ଗୁରୁବାର ସକାଳେ ଉକ୍ତ ଶ୍ମଶାନରେ ପୋତାଯାଇଥିବା ଶବକୁ ଗାତ ଖୋଳାଯାଇ ଘୋଷାରି ଘୋଷାରି ନିଆଯିବାର ଚିହ୍ନ ଦେଖିବାକୁ ପାଇଥିଲେ। ଗ୍ରାମର ଅଧୂକାଂଶ ଲୋକ ମୃତଦେହକୁ ଦାହ କରିବା ବଦଳରେ ଗଭୀର ଗାତଖୋଳି ପୋତି ଦେଇ ସଂସ୍କାର କରିଥାନ୍ତି। ପିଢି ପରେ ପିଢି ଏଭଳି ପ୍ରଥା ଗ୍ରାମରେ ପ୍ରଚଳିତ ହୋଇଆସୁଛି। ୨୦୧୭ ମସିହାରୁ ଏଠାରେ ମୃତଦେହ ଚୋରି ହେଉଥିବା ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା। ଆଦର୍ଶ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ମୃତଦେହ ସେହି ବର୍ଷ ଚୋରି ହୋଇଥିଲା। ଏ ନେଇ ମାମଲା ରୁଜୁ ହୋଇଥିଲା। ପୁନଶ୍ଚ ୨୦୨୩ ମସିହା ଓ ଚଳିତ ବର୍ଷ ଅପ୍ରେଲ ମାସରେ ମୃତଦେହ ଚୋରି ହୋଇଥିବା ଜଣାପଡ଼ିଥିଲା। ମୃତଦେହ ଚୋରି ପଛରେ ଆର୍ନ୍ତଜାତୀୟ ରାକେଟ ଙ୍କ ହାତଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ସ୍ଥାନୀୟ କେତେକ ସୂଚନାଦାତାଙ୍କ ସହଯୋଗରେ ମୃତଦେହ ଚୋରି ହୋଇ କୋଲକାତା ଚାଲାଣ ହେଉଥିବା ଶୁଣିବାକୁ ମିଳୁଛି । ତେବେ କିଏ କେଉଁ ଉଦେଶ୍ୟ ରେ ମୃତ ଦେହ କୁ ନେଉଛି ତାହା ସମସ୍ତ ଙ୍କୁ ବିସ୍ମିତ କରିଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାର ତଦନ୍ତ କରାଯାଇ ମୃତ ଶବ ଗୁଡିକୁ ନେଉଥିବା ରାକେଟକୁ ଧରିବା ପାଇଁ ସ୍ଥାନୀୟ ଅଂଚଳବାସି ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.