ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ୨୦୦୧ମସିହା ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷକ ମହେନ୍ଦ୍ର ପଣ୍ଡା, ଦୟାନିଧି ମିଶ୍ର, ରକ୍ଷାକର ବିଶ୍ୱାଳ, ହୃଷିକେଶ ନାୟକ, ବୈକୁଣ୍ଠ ଚରଣ ବିଶ୍ୱାଳ, ପ୍ରଦିପ କୁମାର ବିଶ୍ୱାଳ, ପଂଚାନନ ନାୟକ, ଶରତ କୁମାର ଦାସଙ୍କୁ ଓଳଗ ମଠ ଠାରୁ ଏକ ଶୋଭାଯାତ୍ରାରେ ବିଯାଳୟ ପରିସରକୁ ଆଣିଥିଲେ। ବିଦ୍ୟାଳୟ ପରିସରରେ ଗୁରୁମାନଙ୍କୁ ପୁଷ୍ପମାଲ୍ୟ ଓ ଓତରୀୟ ପ୍ରଦାନ କରି ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ପରେ ମଠଡିହ କ୍ଲଷ୍ଟରର ସିଆରସିସି ଦିଲିପ ଶେଖର ନାୟକଙ୍କ ଏକ ସଭା ପରିଚାଳନାରେ ମୁରଲୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନିତା ପୃଷ୍ଟି ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ। କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ବନ୍ଧୁମିଳନ ସଭାରେ ଗୁରୁମାନେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ଭଲମାର୍ଗରେ ଯିବା ପାଇଁ ଉପଦେଶ ଦେଇଥିଲେ। ପରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପ୍ରଣାମ କରି ଆଶିଷ କାମନା ଗ୍ରହଣ କରିଥିଲେ।








