Home ଜିଲ୍ଲା ପରିକ୍ରମା ୨ଲକ୍ଷ ଯୌତୁକ ଦାବିକରି ବୋହୂର ତଂଟି ଚିପି ହତ୍ୟାକଲେ ଶାଶୂଘର ଲୋକେ, ଚାନ୍ଦବାଲି ଥାନାରେ ଲିଖିତ...

୨ଲକ୍ଷ ଯୌତୁକ ଦାବିକରି ବୋହୂର ତଂଟି ଚିପି ହତ୍ୟାକଲେ ଶାଶୂଘର ଲୋକେ, ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲେ ଝିଅର ବାପା

26

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ମଣିଷ ନିଜର ଅର୍ଥର ଲାଳସା ଆଶାରେ ନିଜର ମଣିଷ ପଣିଆକୁ ହରାଇ ବସିଛି ଏମିତି କି ଅନ୍ୟର ଜୀବନ ନେବାକୁ ପଛାଉ ନାହିଁ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପାଂଚପଡା ଗ୍ରାମରେ। ଅଭିଯୋଗ ମୁତାବକ ସେରପୁର ଗ୍ରାମର ଶରତ ନାୟକଙ୍କ ଝିଅ ଖିରାଦ୍ରୀ ତନୟା ନାୟକ ଚାନ୍ଦବାଲି ପାଂଚପଡା ଗ୍ରାମର ସୁବାସ ସାହୁଙ୍କ ପୁଅ ରତିରଞ୍ଜନ ସାହୁଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ। ଯୌତୁକ ମୁତାବକ ୧ ଲକ୍ଷ ଟଙ୍କା ସାଙ୍ଗକୁ ସମସ୍ତ ସ୍ୱର୍ଣ ଅଳଙ୍କାର ମଧ୍ୟ୍ୟ ଦେଇଥିଲେ। ବାହାଘର ୩ବର୍ଷ ନପୂରୁଣୁ ଶାଶୁ, ଶଶୁର, ସ୍ୱାମୀ ଓ ଦିଅର ମିଶି ବୋହୂକୁ ପ୍ରତେକ ଦିନ ମାଡ ମାରିବା ସହିତ ଆହୁରି ଅଧିକ ୨ଲକ୍ଷ ଦାବି କରି ଆସୁଥିଲେ। ଏଥିରେ ମୋ ଝିଅ ପ୍ରତିବାଦ କରିବାରୁ ସପରିବାର ମିଶି ମୋ ଝିଅକୁ ଜୀବନରୁ ମାରି ଦେଇଛନ୍ତିବୋଲି ଝିଅ ବାପା ଚାନ୍ଦବାଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ମୃତକଙ୍କ କୋଳରେ ୨ବର୍ଷର ଶିଶୁ କନ୍ୟା ସନ୍ତାନ ଟିଏ ମଧ୍ୟ ଅଛି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ଥାନା ଅଧିକାରୀ ପଂଚାନନ ମହାନ୍ତି ପହଂଚି ସ୍ୱାମୀକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.