Home ଓଡ଼ିଶା ୨ଦିନ ହେଲା ଯୋଡାରେ ଚକା ଗଡୁନି, ନୋ ଏଣ୍ଟ୍ରୀ କଟକଣାକୁ ଫୁ, ପୁଲିସ ନିରବଦ୍ରଷ୍ଟା

୨ଦିନ ହେଲା ଯୋଡାରେ ଚକା ଗଡୁନି, ନୋ ଏଣ୍ଟ୍ରୀ କଟକଣାକୁ ଫୁ, ପୁଲିସ ନିରବଦ୍ରଷ୍ଟା

58

ଯୋଡା, ୧୮/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୨ଦିନ ହେଲା ଯୋଡା ସହରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । କ୍ଷୀର ଗାଡି, ଖବର କାଗଜ, ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା ମଧ୍ୟ ଯୋଡାରେ ପହଞ୍ଚିପାରୁନାହିଁ । ରାତ୍ରୀକାଳିନ ବସ୍ ଗୁଡିକ ବିଳମ୍ବରେ ପହଞ୍ଚିଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଡି ଚଳାଚଳ ନିମନ୍ତେ ନୋ ଏଣ୍ଟ୍ରୀର ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ୨ଟା ଏବଂ ୩ଟାରୁ ୮ଟା ପର୍ଯ୍ୟନ୍ତ ଯୋଡା ସହର ମଧ୍ୟରେ ଭାରିଯାନ ଚଳାଚଳକୁ ନିସିଦ୍ଧ କରାଯାଇଥିବା ବେଳେ ଏହି କଟକଣାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ପୁଲିସ ସବୁ ଜାଣି ସୁଦ୍ଧା ଅଜଣା ରହୁଥିବା ଫଳରେ ଦିନକୁ ଦିନ ଲୋକଙ୍କର ଦୁର୍ଦ୍ଦଶା ବଢିବାରେ ଲାଗିଛି । ମଙ୍ଗଳବାର ରାତି ଠାରୁ ଯୋଡା ମଧ୍ୟ ଦେଇ ଯାଇଥିବା ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ -୨ଟିରେ ଏକାଧିକ ଧାଡିରେ ଛୋଟ ବଡ ଉଭୟ ଯାନ ଫସିରହିଥିବା ବୋଳେ ଘଣ୍ଟା ଘଣ୍ଟା ଧରି ଚକ ଗଡୁନଥିବା ପରିଲକ୍ଷିତ କରାଯାଇଛି । ପରିସ୍ଥିତି ଏପରି ସୃଷ୍ଟି ହୋଇଛି ଯେ, ବଜାର ଘାଟ କରିବାକୁ ଆସିଥିବା ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଧରି ଘରକୁ ଫେରିପାରୁନାହାନ୍ତି । ଯୋଡା ବସ୍ ଷ୍ଟାଣ୍ଡ ଦେଇ ୨୧୫ ଜାତୀୟ ରାଜପଥକୁ ସଂଯୋଗ କରିଥିବା ପୌରପାଳିକା ରାସ୍ତାଟି ସବୁ ଗାଡି ଚଳାଚଳ କରୁଥିବା ଦ୍ୱାରା ତାହା ମଧ୍ୟ ଜାମ ହୋଇରହିଛି । ୫୨୦ ନଂ. ଜାତୀୟ ରାଜପଥ ଉପରେ ୪ରୁ ୫ ଲାଇନ କରି ଟ୍ରକ ଦଣ୍ଡାୟମାନ ହୋଇଥିବା ଯୋଗୁଁ ଯୋଡାରେ ଏକ ଅଚଳା ଅବସ୍ଥା ସୃଷ୍ଟି ହୋଇଛି । ଖଣିଜ ପରିବହନ ନିମନ୍ତେ ଖଣି ବିଭାଗ ପକ୍ଷରୁ ମନଇଚ୍ଛା ଅନୁମତି ଦିଆଯାଉଥିବା ଫଳରେ ଏପରି ଅଚଳା ଅବସ୍ଥା ସୃଷ୍ଟି ହୋଇଥିବା ଜଣାପଡିଛି । ରାସ୍ତାଘାଟର ଅବସ୍ଥା ଏବଂ ଯୋଡା ଜନସାଧାରଣଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ନରଖି ଖଣି ବିଭାଗ ପକ୍ଷରୁ ଏହି ପରିବହନ ଅନୁମତି ଦିଆଯାଉଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଥିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଲୋକେ ଦାବି କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.