Home ଜିଲ୍ଲା ପରିକ୍ରମା ୨ଟି ତାର ବୋଝେଇ କେଂଟନର ଜବତ

୨ଟି ତାର ବୋଝେଇ କେଂଟନର ଜବତ

21

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିଦିନ ଭଦ୍ରକ ସହରାଂଚଳ, ଗ୍ରାମାଂଚଳ ଓ ପୁରୁଣାବଜାର ଥାନା ପକ୍ଷରୁ ଚଢାଉ ହୋଇ ବ୍ରାଉନସୁଗାର ଠାରୁ ଆରମ୍ଭ କରି ନକଲି ଦେଶୀ ବିଦେଶୀ ମଦ ଜବତ ହେବା ଘଟଣା ଭଦ୍ରକରେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ତେବେ ସହରାଂଚଳ ଥାନା ପୁଲିସ୍ ଗତ ଦୁଇଦିନ ତଳେ ବ୍ରାଉନସୁଗାର ଓ ବିଦେଶୀ ମଦ ଜବତ କରିଥିବାବେଳେ ଆଜି ତାକୁ ମିଳିଛି ଆଉ ଏକ ସଫଳତା । ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଆଜି ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସହରରେ ଚୋରି, ଚିନ୍‌ତାଇ, ବ୍ରାଉନସୁଗାର ଓ ଗୋରୁ ଗାଡି ଧରିବା ପାଇଁ ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ଥିବା ମନୋଜ ପ୍ରଧାନ ଏବଂ ଚନ୍ଦନ ନାୟକଙ୍କ ସହଯୋଗ କ୍ରମେ ଆଜି ଭଦ୍ରକ ହଳଦିଡିହ ବାଇପାସ ନିକଟରେ ଥିବା ଏକ କବାଡିଆ ଦୋକାନ ଉପରେ ଚଢାଉ କରି ଦୁଇଟି ଚୋରା ତାର ବୋଝେଇ କେଂଟନର ଜବତ କରିଛି। ଯାହାର ମୂଲ୍ୟ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଦୋକାନଟି ପୁରୁଣାବଜାର ଥାନା ଅଂଚଳରେ ଯାଉଥିବାରୁ ସହରାଂଚଳ ଥାନା ଏହି କେଶ୍‌ଟିକୁ ତାଙ୍କୁ ହସ୍ତାନ୍ତର କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.