ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବେଆଇନ ଗୋରୁ ଚାଲାଣ ଉପରେ ପୁରୁଣାବଜାର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗୋରୁ ଚାଲାଣ ବେଳେ ୨ଟି ଗୋରୁ ଗାଡ଼ି ଜବତ ସହ ୨୪ ଗୋଟି ଗୋରୁ ଉଦ୍ଧାର କରିଛି ପୋଲିସ । ଏହି ବେଆଇନ କାର୍ଯ୍ୟରେ ଲିପ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି ପୋଲିସ । ତେବେ ଆଗାମୀ ଦିନରେ ବେଆଇନ ଗୋ ଚାଲାଣ ଉପରେ ପୋଲିସର କଡ଼ା ନଜର ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୂପ ବେହେରା ।