Home Top News ୨କେଜି ୧୨ ଗ୍ରାମ ଓଜନର ବ୍ରାଉନ୍ ସୁଗର ଜବତ – ଜଣେ ଅଭିଯୁକ୍ତ ଗିରଫ

୨କେଜି ୧୨ ଗ୍ରାମ ଓଜନର ବ୍ରାଉନ୍ ସୁଗର ଜବତ – ଜଣେ ଅଭିଯୁକ୍ତ ଗିରଫ

60

ଭୁବନେଶ୍ୱର ୨୫-୬ (ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ୨କେଜି ୧୨ ଗ୍ରାମ ଓଜନର ବ୍ରାଉନ୍ ସୁଗର ଜବତ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ବସ୍ତା ଅଂଚଳରେ ଚୋରା ବ୍ରାଉନ୍ ସୁଗର ବିକ୍ରି ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଅଧିକାରୀ/କର୍ମଚାରୀ ନଜର ରଖିଥିଲେ। ସେହି ଅନୁଯାୟୀ ଉକ୍ତ ଅଂଚଳରେ ଚଢଉ କରାଯାଇ ବ୍ରାଉନ୍ ସୁଗର ଜବତ କରାଯାଇଛି ବୋଲି ଡିଜିପି ଅଭୟ କହିଛନ୍ତି। ଏନେଇ ଏସ୍‌ଟିଏଫ୍‌ରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ୨୦୨୦ ମସିହାରେ ନାର୍କୋଟିକ୍ ଡ୍ରଗ୍‌ସ ବିରୋଧରେ ଏସ୍‌ଟିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିଲା। ସେହି ସମୟରେ ୩୪ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗର/ହେରୋଇନ୍ ଜବତ କରାଯାଇଥିବାବେଳେ ୬୬ କ୍ୱିଂଟାଲ ଗଞ୍ଜେଇ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଚୋରା ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍ ଗିରଫ କରିଥିଲା। ଡ୍ରଗ୍‌ସ କାରବାର ବିରୋଧରେ ଏସ୍‌ଟିଏଫ୍‌ର ଭୂମିକାକୁ ପ୍ରଶଂସା କରିବା ସହ ଏସ୍‌ଟିଏଫ୍ ଡିଆଇଜି ଏବଂ ଅନ୍ୟ କର୍ମଚାରୀଙ୍କୁ ଡିଜିପି ଅଭୟ ସାଧୁବାଦ୍ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.