Home ଜିଲ୍ଲା ପରିକ୍ରମା ୧ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା...

୧ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

7

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆଦିଲ୍ଲୀସ୍ଥିତ ଭାରତୀୟ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ଅନୁଷ୍ଠାନ (ଓଓଓଊଋଗ)ରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ମାନଙ୍କ ପାଇଁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ତାଲିମକୁ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଓ ନିର୍ବାଚନ ଆୟୋଗ ଡକ୍ଟର ବିବେକ ଜୋଶୀ ଉଦ୍ଘାଟନ କରିଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଯାହାକି ହାରାହାରି ପ୍ରତି ୧୦ ଟି ମତଦାନ କେନ୍ଦ୍ରରେ ଗୋଟିଏ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଏପରି ତାଲିମ କାର୍ଯ୍ୟକ୍ରମରେ ସୁଶିକ୍ଷିତ କରାଯିବ । ଏହି ସୁପ୍ରଶିକ୍ଷିତ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଦେଶବ୍ୟାପୀ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ସମଗ୍ର ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର୍ (ଏଏଲ୍‌ଏମଟି)ର ଏକ ସଂଘ ଗଠନ କରିବେ, ଯେଉଁମାନେ ଭାରତର ୧୦୦ କୋଟି ଭୋଟର ଏବଂ ନିର୍ବାଚନ ଆୟୋଗ ମଧ୍ୟରେ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ଅଟନ୍ତି। ଏହି ଅନନ୍ୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିବ ଏବଂ ପ୍ରଥମେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ଉପରେ ଧ୍ୟାନ ଦିଆଯିବ। ବର୍ତମାନ, ବିହାର, ପଶ୍ଚିମବଙ୍ଗ ଏବଂ ଆସାମରୁ ୧୦୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଏହି ୨-ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହା ସହିତ ବିହାର, ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରୁ ୨୪ ଜଣ ଭୋଟର ପଞ୍ଜୀକରଣ ଅଧିକାରୀ (ଇଆରଓ) ଏବଂ ୧୩ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଭାରତର ଜନପ୍ରତିନିଧି ଆଇନ- ୧୯୫୦, ମତଦାତା ପଞ୍ଜୀକରଣ ନିୟମ ୧୯୬୦ ଏବଂ ସମୟ ସମୟରେ ଜାରି ହୋଇଥିବା ନିର୍ବାଚନ ଅଧିକାରୀଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ସହିତ ପରିଚିତ କରାଇବା ଏବଂ ଭୋଟର ତାଲିକାର ତ୍ରୁଟିମୁକ୍ତ ଅଦ୍ୟତନ ପାଇଁ ପ୍ରାସଙ୍ଗିକ ଫର୍ମ ପୂରଣ କରିବାର ଆବଶ୍ୟକତା ସହ ମଧ୍ୟ ସେମାନଙ୍କୁ ପରିଚିତ କରାଯିବ । ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଆଇଟି ଆପ୍ଲିକେସନ୍ ସହିତ ମଧ୍ୟ ସେମାନଙ୍କୁ ପରିଚିତ କରାଯିବ । ବୁଥ୍ ସ୍ତରୀୟ ଅଧିକାରୀମାନେ ରାଜ୍ୟ ସରକାରୀ ପଦାଧିକାରୀ ଅଟନ୍ତି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନୁମୋଦନ ପରେ ଭୋଟର ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଭୋଟର ତାଲିକାର ତ୍ରୁଟିମୁକ୍ତ ଅଦ୍ୟତନ ଇଆରଓ ଏବଂ ବିଏଲ୍‌ଓଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟ ସରକାରମାନେ ଝଊଗ ସ୍ତରୀୟ କିମ୍ବା ସମକକ୍ଷ ଅଧିକାରୀମାନଙ୍କୁ ସେମାନଙ୍କ ବରିଷ୍ଠତାକୁ ବିଚାର କରି ଋଜଙ ଭାବରେ ମନୋନୀତ କରିବା ଉଚିତ ବୋଲି କହିଛନ୍ତି ଏବଂ ସେମାନଙ୍କ ଦାୟିତ୍ୱରେ ଥିବା ମତଦାନ କେନ୍ଦ୍ର ଅନୁଯାଇ ଏକ ସାଧାରଣ ବାସିନ୍ଦାକୁ ବିଏଲ୍‌ଓଙ୍କ ଭାବେ ନିଯୁକ୍ତ କରିବା ଉଚିତ। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଗୁରୁତ୍ୱାରୋପ କରିଥିଲେ ଯେ ସମ୍ବିଧାନର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନ- ୧୯୫୦ର ଧାରା ୨୦ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ବୟସର ଏବଂ ସାଧାରଣତଃ ନିର୍ବାଚନମଣ୍ଡଳୀରେ ବାସ କରୁଥିବା ଭାରତର ନାଗରିକମାନେ ଭୋଟର ଭାବରେ ପଞ୍ଜୀକୃତ ହୋଇପାରିବେ। ସେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ଭୋଟର ପଞ୍ଜିକରଣ ଅଧିକାରୀ (ଇଆରଓ)ମାନଙ୍କୁ ସେମାନଙ୍କ ସ୍ତରରେ ସର୍ବଦଳୀୟ ବୈଠକ କରିବା ଏବଂ ଭୋଟର ତାଲିକାର ସଠିକ୍ ଅଦ୍ୟତନ ସମେତ ସେମାନଙ୍କ କ୍ଷେତ୍ରାଧିକାର ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ପାଇଁ ତାଙ୍କ ନିର୍ଦ୍ଦେଶକୁ ପୁନର୍ବାର ମନେ ପକାଇଥିଲେ । ସେ ଏହା ମଧ୍ୟ ସତର୍କ କରାଇଥିଲେ ଯେ ଇଆରଓ କିମ୍ବା ବିଏଲ୍‌ଓଙ୍କ ବିରୁଦ୍ଧରେ ଯକୌଣସି ଅଭିଯୋଗ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ କହିଥିଲେ ଯେ ଭୋଟର ତାଲିକାର ଅଦ୍ୟତନ ପାଇଁ ଘର-ଘର ଯାଂଚ ସମୟରେ ସମସ୍ତ ବିଏଲ୍‌ଓ ମାନେ ଭୋଟରଙ୍କ ସହିତ ଭଦ୍ର ଭାବରେ ଆଲୋଚନା କରିବା ଉଚିତ। ନିର୍ବାଚନ ଆୟୋଗ ପ୍ରାୟ ୧୦୦ କୋଟି ଭୋଟରଙ୍କ ସହିତ ଠିଆ ହୋଇଥିଲା, ଅଛି ଏବଂ ସର୍ବଦା ରହିବ ବୋଲି ମଧ୍ୟ ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.