Home ଜିଲ୍ଲା ପରିକ୍ରମା ୧ ବର୍ଷରେ ଜିଲା ଅବକାରୀ ବିଭାଗ ଜବତ କରିଛି ୮୬ କେଜି ଗଂଜେଇ

୧ ବର୍ଷରେ ଜିଲା ଅବକାରୀ ବିଭାଗ ଜବତ କରିଛି ୮୬ କେଜି ଗଂଜେଇ

1

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୮୬ କେଜି ଗଞ୍ଜେଇ ଜବତ କରିଛି ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଏକ ବର୍ଷ ରେ। ଭଦ୍ରକ ଜିଲ୍ଲା ରେ ସରକାରଙ୍କ ପକ୍ଷରୁ ପାଂଟଟି ଭାଙ୍ଗ ଦୋକାନ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହି ସମସ୍ତ ସରକାରୀ ଭାଙ୍ଗ ଦୋକାନ ରେ ଗଞ୍ଜେଇ ବିକ୍ରି ହେଉଥିବା ସାଧାରଣ ରେ ଅଭିଯୋଗ ହେଉଥୀଲା । ଜିଲ୍ଲା ପ୍ରଶାସନ ର ପଦାଧିକାରୀ ଏହି ଅଭିଯୋଗ ସମ୍ପର୍କରେ ଅବଗତ ନଥିବା ସୁଚନା ପ୍ରଦାନ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲା ରେ ଧାମରା, ଆରଡି, ଚାନ୍ଦବାଲି, ତିହିଡ଼ି ଓ ଭଦ୍ରକ ମୋଟ ପାଂଚଟି ସ୍ଥାନରେ ଏହି ସରକାରୀ ଭାଙ୍ଗ ଦୋକାନ ଥିବା ସହ ଗତ ବର୍ଷ ରେ ୧୨ ଜଣ ଗଞ୍ଜେଇ ବେପାରୀ ଙ୍କ ଠାରୁ ୮୬ କେଜି ଗଞ୍ଜେଇ ଜବତ କରିଥିବାର ସୁଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଅବକାରୀ ଅଧିକାରୀ ନରୋତୋମ ମିଶ୍ର। ସେହିପରି ଭଦ୍ରକ ଜିଲ୍ଲା ର କୋଣ ଅନୁକୋଣ ରେ ଶହ ଶହ ଗଞ୍ଜେଇ ବେପାରୀ ଖୁଲମଖୁଲା ବେପାର କରୁଥିବା ସାଧାରଣରେ ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.