Home ଓଡ଼ିଶା ୧୯ ରେ ପିସିସି କିଷାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

୧୯ ରେ ପିସିସି କିଷାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

50

ଭୁବନେଶ୍ୱର ୧୭-୧୧ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କିଷାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆସନ୍ତା ତା ୧୯-୧୧-୨୦୨୦ ରିଖ ଗୁରୁବାର ଦିନ ୧୧ ଘଟିକା ସମୟରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ଖରିପ୍ ଧାନର ଅଭାବୀ ବିକ୍ରୀ ଓ ଟୋକନ୍ ସମସ୍ୟା, କୃଷକ ବିରୋଧି ତିନୋଟି କଳା କୃଷି ଆଇନ୍ର ପ୍ରତ୍ୟାହାର, କୃଷି ଋଣ ଛାଡ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ଓ କୃଷକମାନଙ୍କ ସମସ୍ୟା ଓ ଏହାର ସମାଧାନ ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ। ଏଣୁ ପିସିସି କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସମସ୍ତ କର୍ମକର୍ତା ଓ ସମସ୍ତ ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷମାନେ ନିର୍ଦ୍ଧାରିତ ସମୟରେ ଉକ୍ତ ବୈଠକରେ ଯୋଗଦେବାକୁ ଏକ ପ୍ରେସ୍ ବିବୃତିରେ ସୂଚୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.