ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ଅନ୍ତର୍ଗତ ଜାହାଙ୍ଗିର ଜନତା ଉଚ୍ଚ ବିଦ୍ୟାପୀଠରେ ୧୯୭୮ ରୁ ୧୯୮୫ ଯାଏ ଅଧ୍ୟୟନ କରିଥିବା ୮ ଟି ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀଙ୍କ ପ୍ରଥମ ବାର୍ଷିକ ବନ୍ଧୁମିଳନ ଫଳପୁର ଗ୍ରାମ୍ୟ ଜଙ୍ଗଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀଙ୍କ ସହ ନିମନ୍ତ୍ରିତ ଅତିଥି ଭାବେ ସେ ସମୟରେ ଅଧ୍ୟାପନା କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ଗୋପିନାଥ ବେହୁରିଆ ମହୋଦୟ ଯୋଗଦାନ କରିଥିଲେ । ୧୯୭୮ ବ୍ୟାଚର ପୂରାତନ ଛାତ୍ର ରାଧାନାଥ ଘଡାଇ ଙ୍କ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଉଦ୍ୟକ୍ତା ଚିନ୍ତାମଣି ଜେନା ସଭା ପରିଚାଳନା କରିଥିଲେ। ଅନୁଷ୍ଠିତ ସଭାରେ ପୁରାତନ କାର୍ଯ୍ୟନିବୃତ ଶିକ୍ଷକ ଖଗେଶ୍ୱର ତ୍ରିପାଠୀ, ବିପିନ ବିହାରି ରାଉତ , ନିତ୍ୟାନନ୍ଦ ଘଡାଇ, ରାଧେଶ୍ୟାମ ବାରିକ, ବିଶ୍ୱନାଥ ମହାପାତ୍ର, ରବୀନ୍ଦ୍ର କୁମାର ବେହୁରିଆ, ଅଶୋକ କୁମାର ପଲାଇ, ପିତାମ୍ବର ଦାସ, ଅକ୍ଷୟ କୁମାର ନାୟକ, ଚକ୍ରଧର ସାହୁ, ମନୋରମା ନାୟକ ପ୍ରମୁଖ ଅଭିଭାଷଣ ରଖି ଗୁରୁଶିଷ୍ୟ ସମ୍ପର୍କର ସୁମଧୁର କାହାଣୀ ବାଖ୍ୟା କରିଥିଲେ। ପୁରାତନ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିବା ସଙ୍ଗେ ସଙ୍ଗେ ସ୍କୁଲ ଜୀବନର ଅଭୂଲା ସ୍ମୃତି ସବୁ ବର୍ଣ୍ଣନା କରିଥିଲେ । ୧୯୮୫ ବ୍ୟାଚର ଅଶୋକ କୁମାର ମହାନ୍ତି ବନ୍ଧୁମିଳନକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ଆୟୋଜନର ବ୍ୟବସ୍ଥା କରିଥିଲେ । ଶେଷରେ ୧୯୮୫ ବ୍ୟାଚର ସୁବାସ ଚନ୍ଦ୍ର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଓ ସୁନାମ ଧନ୍୍ୟ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା. ଉକ୍ତ ବନ୍ଧୁମିଳନ ରେ ୩୦୦ ରୁ ଊର୍ଦ୍ଧ୍ୱ ପୂରାତନ ଛାତ୍ର ଛାତ୍ରୀ,ସେମାନଙ୍କ ପରିବାରର ସଦସ୍୍ୟ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଅବସର ରେ ସଂଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।