ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁ ମାଧବ ହାଇସ୍କୁଲର ୧୯୬୭ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ସମାରୋହ ଏପ୍ରିଲ ୧୨ ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ସଭା ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ବୃନ୍ଦ ଓ ଏହି ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସମାରୋହରେ ୩ଜଣ ଅବସରପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ନବକିଶୋର ପାତ୍ର, କେଶବ ଚନ୍ଦ୍ର ପାଢ଼ୀ, ରଙ୍ଗବଲ୍ଲଭ ଜେନା ଓ ୨୬ ଜଣ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ପରସ୍ପର ସାକ୍ଷାତ ବେଳେ ଅନେକ ବନ୍ଧୁ ସ୍କୁଲ ଜୀବନକୁ ସ୍ମରଣ କରି ନିଜ ନିଜର ଅନୁଭୂତି ବର୍ଣ୍ଣନା କଲେ। ସଭାର ପରିବେଶ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା। ସମାରୋହରେ ଯୋଗ ଦେଇଥିବା ପୂଜ୍ୟ ଗୁରୁଜୀମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇ ଛାତ୍ରଛାତ୍ରୀମାନେ ନିଜକୁ ଭାଗ୍ୟବାନ ମନେ କରିଥିଲେ। ବି.ଏମ୍.ବାଗୁରାଇ ହାଇସ୍କୁଲର ବର୍ତମାନର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ସହକାରୀ ଶିକ୍ଷକ ରବିନାରାୟଣ ମହାନ୍ତି ଓ ରାତ୍ରି ଜଗୁଆଳ ସୁଶାନ୍ତ କୁମାର ଯେନାଙ୍କ ଆନ୍ତରିକ ସହଯୋଗ ସମାରୋହ ପରିଚାଳନାରେ ସହାୟକ ପ୍ରଦାନ କରିଥିଲା। ବନ୍ଧୁମାନଙ୍କର ଅକୁଣ୍ଠ ସାହାଯ୍ୟ, ବିଶେଷ କରି ପ୍ରଦୀପ କୁମାର ସିହ୍ନା, ଆନନ୍ଦ ଚନ୍ଦ୍ର ଦାସ ଓ ଚିତ୍ତରଞ୍ଜନ ବରାଳଙ୍କ ଅଦ୍ୟମ ଚେଷ୍ଟା ଫଳରେ ବନ୍ଧୁମିଳନ ସମାରୋହ ଅତ୍ୟନ୍ତ ସଫଳ ହୋଇପାରିଥିଲା।








