Home ଓଡ଼ିଶା ୧୯ଟି ସଂସ୍ଥା ପକ୍ଷରୁ ୧୨ କୋଟି ୨୧ ଲକ୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

୧୯ଟି ସଂସ୍ଥା ପକ୍ଷରୁ ୧୨ କୋଟି ୨୧ ଲକ୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

464

ଭୁବନେଶ୍ୱର, ୧୭/୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି।

ଇଡକୋ ତରଫରୁ ଆଜି ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ସିଂ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଫସଫେଟ ଲିମିଟେଡ ୧ କୋଟି ୨୫ ଲକ୍ଷ, ଓଡ଼ିଶା ସମାଜ ୟୁଏଇ ୩ ଲକ୍ଷ, ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର୍ସ ଆସୋସିଏସନ ୬୧ ହଜାର, MD TRL Krosaki Refractories Ltd. ୩୦ ଲକ୍ଷ, କଲିକତା ଜଗନ୍ନାଥ ସେବା ସମିତି ୬୦ ହଜାର, କଟକ ପୋଲ ଆକାଉଣ୍ଟସ ଅଫିସ ରିକ୍ରିଏସନ କ୍ଲବ ୨୫ ହଜାର, କେ.ସି ପ୍ରଧାନ ୧ ଲକ୍ଷ, ଓଡିଶା ଅର୍ଥ ସେବା ସଂଘ ୩ ଲକ୍ଷ, ମଦୁରାଇର ମିନାକ୍ଷୀ ମିଶନ ହସ୍‌ପିଟାଲର ନିର୍ଦ୍ଦେଶକ ଡଃ ନରେନ୍ଦ୍ର ନାଥ ଜେନା ୫୦ ହଜାର, ଭୁବନେଶ୍ଵରର ପର୍ଶୁରାମ ମିତ୍ର ମଣ୍ଡଳ ୧ ଲକ୍ଷ, ରଶ୍ମୀ ମେଟାଲିକସ ଲିମିଟେଡ଼ ୫୦ ଲକ୍ଷ, ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ୧ ଲକ୍ଷ, Rodion Solutions Pvt. Ltd. e me, AKM Agro Processing 9 me, All India Weavers Welfare & Charitable Trust, Hinjilicut ୨୩, ୨୧୭, ଭୁବନେଶ୍ବର ଟ୍ରକ ମାଲିକ ସଂଘ ୧,୧୧,୧୧୧ ଟଙ୍କା, ମାତୃଦତ୍ତ ବାରିକ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହିପରି ଆଜି ୧୯ଟି ସଂସ୍ଥା ଓ ବ୍ୟକ୍ତି ବିଶେଷାଙ୍କ ପକ୍ଷରୁ ୧୨ କୋଟି ୨୦ଲକ୍ଷ ୫୦ ହଜାର ୩୨୮ ଟଙ୍କା ଦାନ କରାଯାଇଛି।

ଓଡିଶା ବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.