Home ଜିଲ୍ଲା ପରିକ୍ରମା ୧୮ ରେ କୁଆଁସ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ୨୫ ହଜାର ଭକ୍ତଙ୍କ ହେବ ସମାଗମ

୧୮ ରେ କୁଆଁସ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ୨୫ ହଜାର ଭକ୍ତଙ୍କ ହେବ ସମାଗମ

5

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ଓ ଗୌରଗୋପାଳଙ୍କର ନୂତନ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ଇସ୍କନ ଭଦ୍ରକ ପକ୍ଷରୁ କୁଆଁସ ଠାରେ ଆୟୋଜିତ ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ନୂତନ ମନ୍ଦିର ପୂଜାର୍ଚ୍ଚନା କରାଯିବ। ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ) ଦ୍ୱାରା ପରିଚାଳିତ ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ସମାବେଶରେ ପ୍ରାୟ ୨୫ ହଜାର ଭକ୍ତଙ୍କ ସମାଗମ ହେବ। ୧୨୦ ବିଦେଶୀ ଭକ୍ତ ଏହି ମହୋତ୍ସବରେ ସାମିଲ ହେବେ ବୋଲି ଜଣାପଡିଛି। ୧୮ ତାରିଖ ଶ୍ରୀଲ ପ୍ରଭୁପାଦଙ୍କ ବିଗ୍ରହ ସ୍ଥାପନ, ମହାନଗର ସଂକୀର୍ତନ ଓ କଳସ ଶୋଭାଯାତ୍ରା, ୧୯ ତାରିଖ ମହାଭିଷେକ ପ୍ରାଣ ପ୍ରତିଷ୍ଠା, ହରିକଥା, ଶ୍ରୀ ବିଗ୍ରହଙ୍କ ପ୍ରଥମ ନବଯୌବନ ଦର୍ଶନ, ବିଶେଷ ଦୀପ ଦାନ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖ ସର୍ବସାଧାରଣ ଦର୍ଶନ ସମେତ ହରିନାମ ସଂକୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଭଦ୍ରକ ଇସ୍କନ ସଭାପତି ତେଜସ୍ୱୀ ଗୌର ଦାସ ସୂଚନା ଦେଇଛନ୍ତି। ଆଂଚଳିକ ସଂପାଦକ ପୂର୍ଣ୍ଣଚନ୍ଦ୍ର ଗୌର ଦାସ ସମେତ ଅନ୍ୟ ବିଶିଷ୍ଟ ଭକ୍ତଗଣ ଏହି ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ୁତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.