Home କୋରାପୁଟ ୧୮୭ କିଲୋ ଗଞେଇ ଜବତ ଓ ଜଣେ ଗିରଫ

୧୮୭ କିଲୋ ଗଞେଇ ଜବତ ଓ ଜଣେ ଗିରଫ

31

କୋରାପୁଟ ୧୧-୦୪(ଓଡିଆ ପୁଅ /ରଂଜନ ଦାସ) ବୈପାରୀଗୁଡା ପୋଲିସ ଦ୍ୱାରା ୧୮୭  କିଲୋ ୧୦୦ ଗ୍ରାମ ଗଞେଇ ଜବତ କରା ଯାଇଥିବା ବେଳେ ଘଟଣାରେ   ଜଣଙ୍କୁ ଗିରଫ କରାଯାଇଛି । ବୈପାରୀଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଅଟୋରିକ୍ସା(ଓଡି ୧୦-ଇ ୮୯୧୯)କୁ  ଚେକିଂ କରିବା ବେଳକୁ ସେଥିରେ ଗଞେଇ ଥିବା ଜଣାପଡିଥିଲା  । ଓଜନ କରିବା ପରେ ୧୮୭ କିଲୋ ୧୦୦ ଗ୍ରାମ ଗଞେଇ ବୋଲି ଜଣାପଡିଥିଲା । ପୋଲିସ ଗଞେଇ  ସହ ଅଟୋରିକ୍ସା ଏବଂ ଗୋଟିଏ ମୋବାଇଲଫୋନ  ଜବତ କରିବା ସହ  ଚୋରା ଚାଲାଣକାରୀକୁ ଗିରଫ କରିଥିଲା ।  ଗିରଫ ଅଭିଯୁକ୍ତକୁ  କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.