Home କୋରାପୁଟ ୧୮ରେ କୋରାପୁଟ ବନ୍ଦ

୧୮ରେ କୋରାପୁଟ ବନ୍ଦ

109

କୋରାପୁଟ ;ତା୧୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କୋରାପୁଟ ଓକିଲ ସଂଘ ମଙ୍ଗଳବାର କୋରାପୁଟ ଜିଲା ବନ୍ଦ ଡାକରା ଦେଇଛି । ରବିବାର ଅପରାହ୍ନରେ କୋରାପୁଟ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ସଭାପତି ସୂଦର୍ଶନ ଗୌଡ ଏହି ସୂଚନା ଦେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଅଂଚଳରେ ଉଚ ନ୍ୟାୟାଳୟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ କୋରାପୁଟ ଓକିଲ ସଂଘ ବହୁବାର ଦାବି କରି ଆସିଛି,କିନ୍ତୁ ରାଜ୍ୟ ସରକାର ତାହା ଆଜି ଯାଏ ପୂରଣ କରି ପାରି ନାହାନ୍ତି,ତେଣୁ ଅଂଚଳ ପ୍ରତି ଗୁରୂତ୍ୱ ଦେଇ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରିବାକୁ ଓକିଲ ସଂଘ ୬ତାରିଖରୁ କାର୍ଯ୍ୟ ବନ୍ଦ ଆନେ୍ଦାଳନ ଜାରି ରଖିଛି ବୋଲି ଶ୍ରୀ ଗୌଡ ପ୍ରକାଶ କରିଥିଲେ । ଓକିଲ ସଂଘ ଦେଇଥିବା ଅବିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରାକୁ ସମସ୍ତ ଜନସାଧାରଣ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି । ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ପଅୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯେଉଁ ଉଚ୍ଛ ରଖିଛନ୍ତି ତାହା ଶ୍ରୀ ନନ୍ଦଙ୍କ ବ୍ୟକ୍ତିଗତ ମତ କିନ୍ତୁ ଏହି ପ୍ରସ୍ତାବକୁ କୋରାପୁଟ ବାର ଆସୋସିଏସନ ରାଜିନୁହେଁ ବୋଲି ସଭାପତି ଶ୍ରୀ ଗୈାଡ ସୂଚନା ଦେଇଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲାର ଯେ କୈାଣସି ସ୍ଥାନରେ ହେଉ ବୋଲି ଆମ୍ଭେ ଦାବି କରୁଛୁ କିନ୍ତୁ ଜୟପୁରରେ ହେବା ଭିତିହୀନ ବୋଲି ସେ ମତ ରଖିଥିଲେ । ମଙ୍ଗଳବାର ଜିଲାରେ ଯାନ ବାହାନ ଚଳାଚଳ ବନ୍ଦ ରଖିବା ସହ ସମସ୍ତ ଶିକ୍ଷା ଅନୁଷ୍ଠାନ,ଦୋକାନ ବଜାର ବନ୍ଦ ରଖିବାକୁ ଓକିଲ ସଂଘ ଅନୁରୋଧ କରିଥିବାବେଳେ ସରକାରୀ ଅଫିସ ମଧ୍ୟ ଖୋାଲିବାକୁ ଦିଆ ଯିବନି ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଘରୋଇ ବସ୍ ମାଲିକ ସଂଘ,ଚାମ୍ବର ଅଫ୍ କମର୍ସ ଓ ଅନ୍ୟାନ୍ୟ ସଙ୍ଗଠନ ଓକିଲ ସଂଘର ବନ୍ଦ ଡାକରାକୁ ସମର୍ଥନ କରୁଥିବା ଜଣା ପଡିଛି । ସାମ୍ବାଦିକ ସମିଳନୀରେ ଓକିଲ ସଂଘ ସମ୍ପାଦକ ସୁନୀଲ ଜେନାଙ୍କ ସମେତ ଗୁପ୍ତେଶ୍ୱର ପାଣିଗ୍ରାହୀ , ଶିରତ ଆଚାର୍ଯ୍ୟ , ପ୍ରମୋଦ କୁମାର ପାଢୀ ଓ ଚାମ୍ବର ଅଫ କମର୍ସର ସଭାପତି ଅକ୍ଷୟ ପାତ୍ର ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.