Home ଓଡ଼ିଶା ୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକରେ ଫ୍ଲାଇଓଭର ନିର୍ମାଣ ଦାବୀ

୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକରେ ଫ୍ଲାଇଓଭର ନିର୍ମାଣ ଦାବୀ

51

ନୟାଗଡ/୨୪/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଥାନା ଅଂଚଳ ଦେଇ ଭୂବନେଶ୍ୱର ରୁ ବ୍ରହ୍ମପୁର ସଲଗ୍ନ କରୁଥିବା ୧୬ ନଂ ଜାତୀୟ ରାଜପଥ ଯାଇଅଛି । ଏହି ରାଜପଥ ର ଚାନ୍ଦପୁର ଥାନା ଅଂଚଳରେ ମାସକୁ ପ୍ରାୟ ୮ ରୁ ୧୦ ଗୋଟି ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣା ରେ ବହୁ ଧନ ଜୀବନ ହାନି ଘଟିଥାଏ । ଦୁର୍ଘଟଣା ବହୁଳ ସ୍ଥାନ ହେଉଛି ଓସକାଇ ଖୋଲ ଛକ । ଏହାର ନିକଟରେ ପ୍ରତିଦିନ କିଛିନା କିଛି ଛୋଟ ମୋଟ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଜଙ୍କିଆ, ମୟୁରଝାଲିଆ,ଝାରପଡା ଆଦି ଗ୍ରାମ ପଞ୍ଚାୟତର ଶହ ଶହ ଲୋକ ଭୂବନେଶ୍ୱର, ବ୍ରହ୍ମପୁର,ଚାନ୍ଦପୁର ଅଂଚଳକୁ ଯିବାପାଇଁ ହେଲେ ଏହି ୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକଠାରେ ଅପେକ୍ଷା କରି ଜାତାୟତ କରିଥାନ୍ତି । ଏହିଠାରେ ଫ୍ଲାଇଓଭର ବ୍ରିଜ୍ ନଥିବା ଯୋଗୁଁ ଅନେକ ଦୁର୍ଘଟଣା ର ଶୀକାର ହୋଇଥାନ୍ତି । ତେଣୁ ଗତ ୨୬/୧୦/୨୦୨୦ରିଖ ଅପରାହ୍ନ ରେ ପୁର୍ବତନ ସମବାୟ ରାଷ୍ଟ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ଜାତୀୟ କାର୍ଯ୍ୟକାରିଣୀ ସମ୍ପାଦିକା ଶ୍ରୀମତୀ ସୁରମା ପାଢୀ ଙ୍କ ନେତୃତ୍ୱ ସଙ୍ଗେ ବିଜୁଜନତା ଦଳ ସମର୍ôଥତ ଜଙ୍କିଆ ସରପଞ୍ଚ ଓ ଦଳଗତ ନିର୍ବିଶେଷରେ ଏକ ହଜାର ରୁ ଉର୍ଦ୍ଧ ଓସକାଇ ଖୋଲ ଛକ ରେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବୀ କରି ବସିଥିଲେ ।

ଜାତୀୟ ରାଜପଥ ର ଭୂବନେଶ୍ୱର ଆଂଚଳିକ ଅଧିକାରୀ ରାମକୃୃଷ୍ଣ ପଣ୍ଡା, ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀ ମାନେ ଓସକାଇ ଖୋଲ ଛକ ନିକଟକୁ ଆସି ସମସ୍ୟାର ଅନୁଧ୍ୟାନ କରି ଫ୍ଲାଇଓଭର ନିର୍ମାଣ ପାଇଁ କେବ୍ଦ୍ରୀୟ ଜାତୀୟ ରାଜପଥ ଅଧିକାରୀ ଙ୍କ ନିକଟକୁ ପ୍ରସ୍ଥାବ ପଠାଯିବ ବୋଲି କହିବା ପରେ ଉପସ୍ଥିତ ଲୋକମାନେ ଆସା ଓ ଭରସା ରଖି ଫେରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.