Home କେନ୍ଦୁଝର ୧୬ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିଲା ପଦୋନ୍ନତି

୧୬ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିଲା ପଦୋନ୍ନତି

471

ହାଟଡ଼ିହି, ୧୩ । ୧୦ (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟାଳୟରେ ୧୬ଜଣ ଶିକ୍ଷକଙ୍କୁ ଲେବୁଲ ୪ରୁ ଲେବୁଲ ୩କୁ ପଦୋନ୍ନତି ଦିଆଯାଇଛି । ବ୍ଲକ ଶିକ୍ଷାଅଧିକାରୀ କ୍ଷୀରୋଦ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ୧୬ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ମନୋରମା ଦାସଙ୍କୁ ନୁଆ ରମ୍ପାସ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଶଙ୍କର୍ଷଣ ଜେନାଙ୍କୁ ବଡରମ୍ପାସ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଅଶୋକ କୁମାର ଜେନାଙ୍କୁ ଝଣଝଣା ପି.ଏସ, କୈଳାଶ ଚନ୍ଦ୍ର ସାହୁଙ୍କୁ ସୁଲଣ ପି.ଏସ, ନିତ୍ୟାନନ୍ଦ ନାୟକଙ୍କୁ ଟିଲଗଡିଆ ପି.ଏସ, ପ୍ରଶାନ୍ତ ତ୍ରିପାଠୀଙ୍କୁ ମଟରାଗଡିଆ ପି.ଏସରେ ନିଯୁକ୍ତି ଦିଆଯାଇଛି । ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ ରବିନ୍ଦ୍ର କୁମାର ସାହୁଙ୍କୁ ବାଙ୍ଗୋର ନୋଡାଲ ୟୁ.ପି.ଏସ, ଜତିନ୍ଦ୍ର କୁମାର ମଲ୍ଲିକଙ୍କୁ ସୁନ୍ଦରାପାଳ ଏନ.ୟୁ.ପି.ଏସ, ଶାନ୍ତିଲତା ଦାସଙ୍କୁ ଛେନାପଦି ୟୁଜିୟୁପିଏସ, ସୁମନମାଳ ରାଉତଙ୍କୁ ଶାସଙ୍ଗ ବାଇଧର ନୋଡାଲ ୟୁପିଏସ, ହେମଲତା ବେହରାଙ୍କୁ ଚଷାଖଣ୍ଡ ଏନୟୁପିଏସ, ସ୍ମିତା ମହାନ୍ତିଙ୍କୁ ଷଡଙ୍ଗ ୟୁଜିୟୁପିଏସ, ବୈଜୟନ୍ତୀମାଳା ରାଉତଙ୍କୁ ଦଧିବାବନପୁର ୟୁଜିୟୁପିଏସ, ବିଷ୍ଣୁ ପ୍ରସାଦ ଦାସଙ୍କୁ ଗଡଚଣ୍ଡୀ ୟୁପିଏସ, ସ୍ନେହଲତା ମହାରଣାଙ୍କୁ ମଠ ୟୁପିଏସ, ଅଲେଖ ଚରଣ ପହୀଙ୍କୁ ହଦଗଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.