Home ଜିଲ୍ଲା ପରିକ୍ରମା ୧୫୦ ଗଛ ଲଗାଇଲେ ଝୁଟୁଣା କଂଗ୍ରେସ ପରିବାର

୧୫୦ ଗଛ ଲଗାଇଲେ ଝୁଟୁଣା କଂଗ୍ରେସ ପରିବାର

91

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର ପ୍ରଦୂଷିତ ପରିବେଶରୁ ଉଦ୍ଧାର ପାଇବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ବା କୃତ୍ରିମ ଜଂଗଲ ସୃଷ୍ଟିର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି । ବୃକ୍ଷରୋପଣ କେବଳ ପୂଣ୍ୟ କାର୍ଯ୍ୟ ନୁହେଁ ପୃଥିବୀକୁ ବଂଚାଇ ରଖିବା ପାଇଁ ପ୍ରାଣୀ ଜଗତକୁ ସାହାର ଦେବା ପାଇଁ, ଅନିୟମିତ ଋତୁଚକ୍ରକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଏକ ପ୍ରଦୂଷଣ ମୁକ୍ତ ପୃଥିବୀ ଗଢିବା ପାଇଁ ଏକ ମହାନ୍ କାର୍ଯ୍ୟ । ପ୍ରାଣୀ ଜଗତ ତିଷ୍ଠି ରହିବା ପାଇଁ ବୃକ୍ଷର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲାବେଳେ ଏବେ ବିଭିନ୍ନ ଅଂଚଳରେ ବୃକ୍ଷରୋପଣ ଓ କୃତ୍ରିମ ଜଂଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିଲାଗି ସରକାରଙ୍କ ତରଫରୁ ନାନା ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ବିଭିନ୍ନ ଯୋଜନା ମାଧ୍ୟମରେ ଏଥିଲାଗି ବିପୁଳ ଅର୍ଥରାଶି ମଧ୍ୟ ଖର୍ଚ୍ଚ କରାଯାଉଛି । ପରିବେଶ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ରୋପଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ୍‌ର ଝୁଟୁଣା ପଂଚାୟତର ଝୁଟୁଣା ଗ୍ରାମରେ ୧୫୦ ଗୋଟି ବୃକ୍ଷରୋପଣ କରାଯାଇଥିବାର ଜଣାଇଛନ୍ତି । ସୂଚନା ଅନୁଯାୟୀ ଝୁଟୁଣା କଂଗ୍ରେସ ପରିବାର ତରଫରୁ ନିଜସ୍ୱ ଉଦ୍ୟମ ଓ ନିଜସ୍ୱ ଖର୍ଚ୍ଚରେ ପରିବାରର ସଦସ୍ୟମାନେ ଗ୍ରାମର ବିଭିନ୍ନ ଜାଗାରେ ସାମାଜିକ ଦୂରତା ରଖି ଏହି କାର୍ଯ୍ୟ ସଂପାଦନ କରିଥିଲେ । ଏଥିରେ ପରିବାରର ବରିଷ୍ଠ ସଦସ୍ୟ ଅର୍ଜୁର୍ର୍ନ ଆଇଁଠିଙ୍କ ନେତୃତ୍ୱରେ କମଳାକାନ୍ତ, ନଳିନୀ, ଗୌରାଙ୍ଗ, ଭରତ, ବାଇଧର, ଅଲେଖ, ଶ୍ରୀନିବାସ, ଦୀପକ, ଦାଶରଥି ଏବଂ ପରିବାରର କନିଷ୍ଠ ସଦସ୍ୟ ପ୍ରଶାନ୍ତ, ପ୍ରକାଶ, ଆନନ୍ଦ, ସନ୍ତୋଷ, ସତ୍ୟ, ଶ୍ରୀଧର ଓ ରାହୁଲ ପ୍ରମୁଖ ଏଥିରେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଓ ସାଧାରଣରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଛି । ସଂପ୍ରତି ପ୍ରଦୂଷିତ ପରିବେଶରୁ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.