Home ଜିଲ୍ଲା ପରିକ୍ରମା ୧୫ରେ କଂଗ୍ରେସର ମଶାଲ ଶୋଭାଯାତ୍ରା, ନଳିନୀ ମହାନ୍ତି ମୟୂରଭଞ୍ଜ ଜିଲ୍ଳା ପର୍ଯ୍ୟବେକ୍ଷକ ନିଯୁକ୍ତ

୧୫ରେ କଂଗ୍ରେସର ମଶାଲ ଶୋଭାଯାତ୍ରା, ନଳିନୀ ମହାନ୍ତି ମୟୂରଭଞ୍ଜ ଜିଲ୍ଳା ପର୍ଯ୍ୟବେକ୍ଷକ ନିଯୁକ୍ତ

48

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି, ଭଦ୍ରକ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥି ହହୋଇଥିବା ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ କଂଗ୍ରେସ ଦଳ ତରଫରୁ ହେବାକୁ ଥିବା ମଶାଲ ଶୋଭାଯାତ୍ରା ନିମନ୍ତେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟା ସମୟରେ ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ, ଗଣ ଧର୍ଷଣ, ବାଳିକା ନିଖୋଜ ଆଦିକୁ ବିରୋଧ କରି ସମସ୍ତ ବ୍ଲକ, ବିଜ୍ଞାପିତ ଅଂଚଳ ପରିଷଦ, ପୌରପାଳିକା ଏବଂ ଜିଲ୍ଳା ସଦର ମହକୁମା ଠାରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା ଓ ପ୍ରତିବାଦ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମସ୍ତ ଜିଲ୍ଳା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମଶାଲ ଶୋଭାଯାତ୍ରାକୁ ସଫଳ କରାଇବା ପାଇଁ ମୟୁରଭଞ୍ଜ ଜିଲ୍ଳା ପର୍ଯ୍ୟବେକ୍ଷକ ଭାବେ ଭଦ୍ରକର ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ଦଳ ଶ୍ରୀ ମହାନ୍ତିଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥବାରୁ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲ୍ଲୁ, ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ଯୁବନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଳା ସଭାପତି ବିଧାୟକ ଅଶୋକ ଦାସ, ନେତା ମାନସ ଚୌଧୁରୀ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.