Home ଜିଲ୍ଲା ପରିକ୍ରମା ୧୪ ରେ ଭଦ୍ରକ ଜିଲାରେ ମେଗା ରକ୍ତଦାନ ଶିବିର, ୧ ହଜାର ଏନସିସି କ୍ୟାଡର କରିବେ...

୧୪ ରେ ଭଦ୍ରକ ଜିଲାରେ ମେଗା ରକ୍ତଦାନ ଶିବିର, ୧ ହଜାର ଏନସିସି କ୍ୟାଡର କରିବେ ରକ୍ତଦାନ

12
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୪ ତାରିଖରେ ଭଦ୍ରକ ଜିଲାରେ ଏକ ମେଗା ରକ୍ତଦାନ ଶିବିର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ୧୪ ତାରିଖ ଦିନଟି ବିଶ୍ୱ ରକ୍ତଦାନ ଦିବସ। ଏହି ଦିବସଟିକୁ ସ୍ମରଣୀୟ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହିଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ରକ୍ତଦାନ ଶିବିରରେ ଏକ ହଜାର କ୍ୟାଡର ରକ୍ତଦାନ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଏନସିସି ଡାଇରେକ୍ଟ୍ରେଟ୍‌, ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ରେଡ୍‌କ୍ରସ୍ ବ୍ରାଂଚର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଦିଲ୍ଲୀପ ରାଉତରାଏ ସୂଚନା ପ୍ରଦାନ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ଏନସସି କମାଣ୍ଡର। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଖାଲି ଭଦ୍ରକ ନୁହେଁ ରାଜ୍ୟର ବିଭିନ୍ନ ଜିଲା ଯଥା କଟକ, ଭୁବନେଶ୍ୱର, ଯାଜପୁର, କେଉଁଝର ଓ ବାଲେଶ୍ୱର ର କ୍ୟାଡ୍‌ରମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେଲେ। ଏହି କାର୍ଯ୍ୟକ୍ରମ ସକାଳ ୮.୩୦ ରୁ ଆରମ୍ଭ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟକ୍ରମଟି ରାଜ୍ୟରେ ଏତେ ସଂଖ୍ୟକ ଗୋଟିଏ ଗ୍ରୁପ୍‌ର ରକ୍ତଦାତା ଗୋଟିଏ ସ୍ଥାନରେ ଓ ଗୋଟିଏ ଦିନରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ଘଟଣା ଏକ ପ୍ରଥମ ଘଟଣା ବୋଲି ଜିଲାପାଳ ଶ୍ରୀ ରାଉତରାଏ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଏହି ରକ୍ତଦାନର ରେକର୍ଡ ସଂଖ୍ୟା ୭୪୪ ଥିବାବେଳେ ଆସନ୍ତାକାଲି ଏହା ଏକ ହଜାର ରହିଛି। ଏହି କାର୍ଯ୍ୟକ୍ରମକୁ ଦିନ ୧୦ଟା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ସ୍ଥାନୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମର ସଫଳତା ନେଇ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି। ଆହୂତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.