Home Top News ୧୪ ଦଫା ଦାବି ନେଇ ବିକ୍ଷୋଭ କଲା ଅଙ୍ଗନୱାଡି ସଂଘ

୧୪ ଦଫା ଦାବି ନେଇ ବିକ୍ଷୋଭ କଲା ଅଙ୍ଗନୱାଡି ସଂଘ

128

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ଭଦ୍ରକ ଶାଖା ପକ୍ଷରୁ ୧୪ ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅଙ୍ଗନୱାଡି କ୍ଷେତ୍ରରେ ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା ସହିତ ଚାକିରି ସର୍ତ୍ତାବଳୀକୁ ଲାଗୁ କରିବା, ସରକାରୀ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ମାସିକ ପାରିଶ୍ରମିକ ବାବଦକୁ ଅଙ୍ଗନୱାଡି କର୍ମଚାରୀଙ୍କୁ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବା, ୨୦୧୯ ମାର୍ଚ୍ଚ ମାସରେ ସରକାରଙ୍କ ଦ୍ୱାରା ଘୋଷିତ ଅବସରକାଳୀନ ସହାୟତାରାଶି ଏବଂ ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯିବା ସହିତ ମାସିକ ୫ ହଜାର ଟଙ୍କା ଅବସରକାଳୀନ ପେନ୍‌ସନ ଲାଗୁ କରିବା, ବହିଷ୍କୃତ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ସବୁ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରି ଅଙ୍ଗନୱାଡି କର୍ମୀଙ୍କୁ ପ୍ରାଥମିକ ଶିକ୍ଷକ ଓ ସହାୟିକାଙ୍କୁ ସହାୟକ ପ୍ରାଥମିକ ଶିକ୍ଷକର ମାନ୍ୟତା ଦେବା, କାର୍ଯ୍ୟରତ ମୃତ ଅଙ୍ଗନୱାଡି କର୍ମୀ ଏବଂ ମିନି ଅଙ୍ଗନୱାଡି କର୍ମୀଙ୍କୁ ୫ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ପଦକୁ ପଦୋନ୍ନତି, ବରିଷ୍ଠତା ଭିତ୍ତିରେ ଦରମା ପ୍ରଦାନ, କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷିତ ୫୦ଲକ୍ଷ ଟଙ୍କାର ବୀମା ଓ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି, ରବିବାର ଓ ଛୁଟିଦିନରେ କାର୍ଯ୍ୟ କଲେ ୨ଗୁଣ ଦରମା ଭଳି ଦାବି ଏହି ବିକ୍ଷୋଭ ସମୟରେ ଉପସ୍ଥାପନ କରାଯାଇଥିଲା।

ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବିଏମ୍‌ଏସ୍ ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପୃଥୁନାଥ ଧଳ, ଉପଦେଷ୍ଟା ମୁକ୍ତିକାନ୍ତ ସାହୁ, କମଳାକାନ୍ତ ସାହୁ, ଅଙ୍ଗନୱାଡି ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ନେତୃତ୍ୱରେ ବାଲ୍‌ଗୋପାଲ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ôଚଥିଲେ। ସେଠାରେ ଅଙ୍ଗନୱାଡି ସଂଘର ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବିଶ୍ୱାଳଙ୍କ ସଭାପତିତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସମ୍ପାଦିକା ଜୟନ୍ତୀ ଜେନା, ଧାମନଗର ବ୍ଳକ ସଭାନେତ୍ରୀ ଜାନକୀ ଦାସ, ରୀନା ସାହୁ, ତିହିଡ଼ିର ସୁଜାତା ଜେନା, ନମିତା ବସନ୍ତରାୟ, ମମତା ସାହୁ, ସୀମାଦ୍ରି ମଲ୍ଲିକ, ବିଜୟଲକ୍ଷ୍ମୀ ସେନାପତି, ବିଜୟା ପତି, ଭଦ୍ରକରୁ ଅନିତା ସେନାପତି, ବାସନ୍ତୀ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.