Home ଜିଲ୍ଲା ପରିକ୍ରମା ୧୪ଶହ ଲିଟର ମଦ, ପିକଅପ ଭ୍ୟାନ ଜବଦ, ଜଣେ ଗିରଫ, କୋର୍ଟ ଚାଲାଣ

୧୪ଶହ ଲିଟର ମଦ, ପିକଅପ ଭ୍ୟାନ ଜବଦ, ଜଣେ ଗିରଫ, କୋର୍ଟ ଚାଲାଣ

41

ବାହାନଗା,୨୦ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବାରିକପୁର ନିଟରୁ ଅବକାରୀ ବିଭଗ ତରଫରୁ ଚଢାଉ କରି ୧୪ଶହ ମଦ ସହ ପିକଅପ ଭ୍ୟାନ ଜବଦ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଅବକାରୀ ବିଭାଗ ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଇନସପେକ୍ଟର ନାରାୟଣ ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ଗୋଟିଏ ପିକଅପଭ୍ୟାନ (ଓଡ଼ି୧୦ଡବ୍ଲ୍ୟୁ -୨୫୭୩)ରେ ୨୮ଟି ବ୍ୟାଗରେ ୧୪ଶହ ଲିଟର ଦେଶୀ ମଦ ଭର୍ତ୍ତି ହୋଇ ସୋର ଅଞ୍ଚଳକୁ ଚାଲଣ ହେଉଥିଲା ।ପୂର୍ବ ପ୍ରସ୍ତୁତି ଅନୁସାରେ ଗାଡ଼ିକୁ ଅବକାରୀ ବିଭାଗ ବାରିକପୁର ହାଟ ନିକଟରେ ଧରିବାରକୁ ସକ୍ଷମ ହୋଇଥିଲା । ଏଥିରେ ଧରାପଡ଼ିଥିବା ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଖିଲାଡ଼ି ଗ୍ରାମର ମନୋରଞ୍ଜନ ନାୟକଙ୍କୁ ଗିରଫ କରି ୧୫/୨୧ରେ ମାମଲା ରୁଜୁ କରି କେର୍ଟ ଚାଲାଣ କରାଯାଇଛି । ଏଥିରେ ସୋର ଅବକାରୀ ବିଭାଗ ଇନସପେକ୍ଟର ସ୍ୱାତୀ ପଟ୍ଟନାୟକ, ପ୍ରହଲ୍ଲାଦ ବିଶ୍ୱାଳ, ତପନ ମଲ୍ଲିକ, ଦେବାଶିଷ ମଲ୍ଲିକ ପ୍ରମୁଖ ଚଢାଉରେ ସାମିଲ ହୋଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.