Home ଜିଲ୍ଲା ପରିକ୍ରମା ୧୩ ରେ ବନମାଳୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

୧୩ ରେ ବନମାଳୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

58

ପିପିଲି ୮-୧୨ (ଓଡ଼ିଆ ପୁଅ) ପୋଖତ ଖଞ୍ଜଣି ବାଦକ ଓ ପୁରାତନ ଭଜନ ଗାୟକ ଭାବେ ଖ୍ୟାତି ଅର୍ଜନ କରିଥିବା ପୁରୀ ଜିଲ୍ଲା ପିପିଲି ଅଂଚଳର ଶ୍ରୀ ବନମାଳୀ ମିଶ୍ରଙ୍କ ସ୍ମୃତିରେ ତାଙ୍କ କମଳା ସାଗର ପାଟଣା ଗାଁରେ ଆସନ୍ତା ୧୩ ତାରିଖରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହା ଚାଲିବ। ଗତ ୨ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରାଖାନାରେ ତାଙ୍କର ପରଲୋକ ହୋଇଥିଲା। ଶ୍ରୀ ମିଶ୍ର ପିଲାଟି ଦିନରୁ ହିଁ ସମାଜସେବା ସହ ଭଜନ ଓ ଜଣାଣରେ ରୁଚି ରଖିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ଜଣେ ଆଜୀବନ କର୍ମୀ। ଗାଁରେ ବିଦ୍ୟାଳୟ ଓ ମନ୍ଦିର ପ୍ରତିଷ୍ଠା କରିବା ସହ ଅନେକ ଅନୁଷ୍ଠାନର ସେ ମଧ୍ୟ ଥିଲେ ପ୍ରତିଷ୍ଠାତା ସଦସ୍ୟ। ସେ ଜଣେ ସଫଳ କୃଷକ ଭାବେ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। କରୋନା ସମୟରେ ସେ ଗାଇଥିବା ପୁରାତନ ଭଜନର ଭିଡିଓଗୁଡିକ ଭାଇରାଲ୍ ହେବାରେ ଲାଗିଥିଲା। ତାଙ୍କ କଣ୍ଠରେ ‘ନ ଚାହାଁ ମାୟା ଦର୍ପଣେ’, ‘ରାମ ନଭଜିଲୁ ତୁଣ୍ଡରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡୁରେ ! ଲୋଟଣି ପାରା’, ‘ଛଟକ ନ ଦେଖା କାହାକୁ’, ‘ଆରେ ଭୁଲାମନ ଦିନେ ସରିଯିବ ସୁଖ ସମ୍ପଦ’, ‘ଲଭରେ ଲହକା ମନ’, ‘ଟିକେ ଭଜରେ ଶ୍ୟାମସୁନ୍ଦର’, ‘ତେଜ ମନ ବାବାଜୀ ମାୟା ମଠକୁ’ ଆଦି ପୁରାତନ ଭଜନଗୁଡିକ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ଦୟା ମହୋତ୍ସବ, ଇଣ୍ଡିଆ ମିଡିଆ ସେଣ୍ଟର, ଚେତନା ଓଡିଶା ଆଦି ସଂଗଠନର ସେ ଉପଦେଷ୍ଟା ମଧ୍ୟ ଥିଲେ। ଏହି ସମାବେଶରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କବିତା ପାଠୋତ୍ସୋବ ଓ ଭଜନ ପରିବେଷଣ ମଧ୍ୟ କରାଯିବ ବୋଲି ସମାବେଶର ଆବାହକ ତଥା ସାମାଜିକ କର୍ମୀ ସୁଦର୍ଶନ ପ୍ରଧାନ ଏବଂ ବନମାଳୀଙ୍କ ମଝିଆ ପୁଅ ତଥା କଂଗ୍ରେସ ମୁଖପାତ୍ର ଆଡଭୋକେଟ୍ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.