Home ଜିଲ୍ଲା ପରିକ୍ରମା ୧୩୩ ନିର୍ବାଚନ ଅଧିକାରୀଙ୍କୁ ତାଲିମ୍‌

୧୩୩ ନିର୍ବାଚନ ଅଧିକାରୀଙ୍କୁ ତାଲିମ୍‌

32

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୨ଟି ପର୍ଯ୍ୟାୟରେ ଜିଲାର ସମବାୟ ସମିତି ଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ତାଲିମ୍ ଦିଆଯାଇଛି। ଭଦ୍ରକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ଜିଲାପାଳ ତ୍ରିଲୋଚନ ମାଝୀ ଉଦ୍‌ଘାଟନ କରିଛନ୍ତି। ସହକାରୀ ଜିଲା ସମବାୟ ନିର୍ବାଚନ ଅଧିକାରୀ ସତ୍ୟପ୍ରକାଶ ସେଠୀ ସମବାୟ ସମିତିର ନିର୍ବାଚନ ସଂପର୍କିତ ସମସ୍ତ ଧାରା, ଉପଧାରା ଓ ଆଇନ୍ ବ୍ୟବସ୍ଥା ସଂପର୍କରେ ନିର୍ବାହଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ୧୩୩ ଜଣ ନିର୍ବାଚନ ଅଧିକାରୀଙ୍କୁ ଆଜି ମା୍େ‌ଟର ଟ୍ରେନର ଭାବେ କୋ-ଅପରେଟିଭ୍ ଇନ୍ସିପେକ୍ଟର ଅଭିଳାଷ ରଣା ଓ ବସନ୍ତ ରଣା ତାଲିମ୍ ପ୍ରଦାନ କରିଥିଲେ। ଜିଲା ସମବାୟ ନିର୍ବାଚନ ଅଧିକାର ତଥା ଏଆରସିଏସ୍ ସଦାନନ୍ଦ ବେହେରା କାର୍ଯ୍ୟକ୍ରମରେ ଆସନ୍ତା ସମବାୟ ନିର୍ବାଚନକୁ ଶୃଙ୍ଖଳିତ ଭାବେ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଯଥା ମତ୍ସ୍ୟ ସଂପଦ, ପଶୁ ସଂପଦ, ହସ୍ତତନ୍ତ୍ର ଶିଳ୍ପ, ବୟନ ଶିଳ୍ପ ଓ ଜିଲ୍ଲା ଶିଳ୍ପକେନ୍ଦ୍ରର ଅଧିକାରୀମାନେ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଭିଏଲଡବ୍ଲ୍ୟୁମାନଙ୍କୁ ନିର୍ବାଚନ ଅଧିକାରୀ ଭାବେ ତାଲିମ୍ ପ୍ରଦାନ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ହେବ। ଆସନ୍ତା ୧୭ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ସମବାୟ ସମିତି ଗୁଡିକୁ ୬୦ ଦିନିଆ ନୋଟିସ୍ ଦେବାର ବ୍ୟବସ୍ଥା ରହିଛି।

୨ୟ ପର୍ଯ୍ୟାୟ ନିର୍ବାଚନ ୨୬ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖର ଠିକ୍ ୩୫ ଦିନ ପୂର୍ବରୁ ନିର୍ବାଚନ ସଂପର୍କିତ ସମସ୍ତ ବିବରଣୀ ସମସ୍ତ ସମବାୟ ସମିତିକୁ ପ୍ରଦାନ କରାଯିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିର୍ବାଚନର ୪୦ ଦିନ ପୂର୍ବରୁ ସଂପାଦକମାନେ ନିର୍ବାଚନ ଅଧିକାରୀଙ୍କୁ ପ୍ରୋଭିଜିନାଲ ଭୋଟର ତାଲିକା ପ୍ରସ୍ତୁତ କରିଦେବା ପାଇଁ ଦିଆଯାଇଛି। ସୂଚନାଯୋଗ୍ୟ, ଜିଲାର ଥିବା ୨୩୦ ଟି ସମବାୟ ସମିତି ମଧ୍ୟରୁ ସମବାୟର ୧୨୩, ପଶୁ ସଂପଦ ବିଭାଗ (ବାମୁଲ) ୪୬, ମତ୍ସ୍ୟ ସଂପଦର ୪୦, ହସ୍ତତନ୍ତ୍ରର ୫, ବୟନ ଶିଳ୍ପର ୬, ଜିଲା ଶିଳ୍ପ କେନ୍ଦ୍ରର ୧୦ ସମବାୟ ସମିତି ରହିଛି। ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ। ସମବାୟ ସମିତିର ନିର୍ବାଚନ ପାଇଁ ଗତ ୫ ତାରିଖ ଠାରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଚରଣ ବିଧି ଲାଗୁ ରହିଛି। କେତେ ଚାଷୀ ଭୋଟର ଅଛନ୍ତି, ସେ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନାହିଁ। ନିର୍ବାଚନ ଅଧିକାରୀମାନେ ସମିତି ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବା ସହ ଭୋଟର ତାଲିକା ପ୍ରସ୍ତୁତ କରିବେ। ପରବର୍ତ୍ତୀ ସମୟରେ ପ୍ରୋଭିଜନାଲ ଭୋଟର ତାଲିକା ସଂପର୍କିତ ଅଭିଯୋଗ ଶୁଣାଣି କରାଯିବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହିପରି ନିର୍ବାଚନ ଅଧିକାରୀମାନେ ନାମାଙ୍କନ ପତ୍ର ଗ୍ରହଣ କରିବା ସହ ଯଜ୍ଞ କରି ବୈଧ ପ୍ରାର୍ଥୀ ତାଲିକା ଜାରି କରିବେ। ପ୍ରତ୍ୟାହାର ପରେ ଚିହ୍ନ ସହ ଚୂଡାନ୍ତ ପ୍ରାପ୍ତ ତାଲିକା ପ୍ରକାଶ କରିବେ। ଜିଲାରେ ଯେଉଁ ସମବାୟ ସମିତିରେ ନିର୍ବାଚନ ହେବ, ସେମାନଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ୬୦ ଦିନିଆ ନୋଟିସ୍ ଦିଆଯିବ। ନିର୍ବାଚନ ପରିଚାଳନା ସକାଶେ ଜିଲା ସମବାୟ ସମିତି ଗୁଡିକରେ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। ୨୩୦ ଟି ସମବାୟ ସମିତିର ନିର୍ବାଚନ ପାଇଁ ୧୩୩ ଜଣ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଭଦ୍ରକ ଏଆରସିଏସ୍ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଆସନ୍ତା ଏପ୍ରିଲ ୮ ରେ ଡିଆରଡିଏ ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ମାନଙ୍କୁ ତାଲିମ ଦିଆଯିବ। ଜଣେ ନିର୍ବାଚନ ଅଧିକାରୀ ୨ଟି ସମବାୟ ସମିତିର ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ ବୋଲି ଏଆରସିଏସ୍ କାର୍ଯ୍ୟାଳୟ ଚିତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.