Home Top News ୧୨ ଘଣ୍ଟା ପଚରାଉଚରା ପରେ ଲକ୍ଷ୍ମୀପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ

୧୨ ଘଣ୍ଟା ପଚରାଉଚରା ପରେ ଲକ୍ଷ୍ମୀପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ

57

ନୂଆ ଦିଲ୍ଲୀ ୧୦ -୧୦ (ଓଡ଼ିଆ ପୁଅ) ଲକ୍ଷ୍ମୀପୁର ଖେରୀ ମାମଲାରେ ନାମିତ ଅଭିଯୁକ୍ତ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଶନିବାର ରାତି ୧୦ ଟା ସମୟରେ ଗିରଫ କରାଯାଇଛି। ୧୨ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ କମିଟିର ଡିଜି ଉପେନ୍ଦ୍ର ଅଗ୍ରୱାଲ ପୋଲିସ ଲାଇନ୍‌ରେ ଥିବା ଅପରାଧ ଶାଖା କାର୍ଯ୍ୟାଳୟ ବାହାରକୁ ଆସି ଗିରଫକୁ ନିଶ୍ଚିତ କରିଥିଲେ। ସେ କହିଛନ୍ତି ଯେ ଦୀର୍ଘସମୟ ପଚରାଉଚରା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ (ଆଶିଷ ମିଶ୍ର) ସହଯୋଗ କରୁନାହାଁନ୍ତି, ତଦନ୍ତରେ ଅନେକ କଥା କହିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ ଆମେ ତାଙ୍କୁ ଗିରଫ କରୁଛୁ, ତାଙ୍କୁ କୋର୍ଟରେ ହାଜର କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.