Home ଜିଲ୍ଲା ପରିକ୍ରମା ୧୨ତମ ଜାତୀୟ ସ୍ତରୀୟ ସିନିଅର ବିଚ୍ କବାଡ଼ି ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକରୁ ଲୋପାମୁଦ୍ରା ମନୋନୀତ

୧୨ତମ ଜାତୀୟ ସ୍ତରୀୟ ସିନିଅର ବିଚ୍ କବାଡ଼ି ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକରୁ ଲୋପାମୁଦ୍ରା ମନୋନୀତ

37

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ଧ୍ରପ୍ରଦେଶରେ ମଚିଲୀପାଟମର ମାଙ୍ଗୀନାପୁଡି ବିଚ୍ ଠାରେ ହେବାକୁ ଯାଉଥିବା ୧୨ତମ ଜାତୀୟ ସ୍ତରୀୟ ସିନିଅର୍ ବିଚ୍ କବାଡ଼ି ପ୍ରତିଯୋଗିତା ୫ ଜୁନରୁ ଆରମ୍ଭ ହୋଇ ୮ ଜୁନ୍ ୨୦୨୫ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ତାର ମହିଳା ଖେଳାଳୀଙ୍କ ନାମ ଘୋଷଣା କରିଛ। ଏହି ମହିଳା ଦଳରେ ଭଦ୍ରକ ଜିଲ୍ଲାରରୁ ପ୍ରଥମ ଥର ଲୋପାମୁଦ୍ରା ନାୟକ ସ୍ଥାନ ପାଇଛନ୍ତି। ସେ ଚଳିତ ବର୍ଷ ବାରିକପୁର କଲେଜର +୩ ଶେଷ ବର୍ଷ କଳାରେ ଅଧ୍ୟୟନ ସମାପ୍ତ କରିଛନ୍ତି। ସେ କଲେଜରେ ପଢ଼ିବା ବେଳେ ବରିଷ୍ଠ ଖେଳାଳୀ ତଥା ଭଦ୍ରକ ମହିଳା ଦଳର ଅଧିନାୟିକା ସ୍ଲିପିକା ରାଉତ୍‌ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଖେଳ ଆରମ୍ଭ କରିଥିଲେ। ସେ ଭଦ୍ରକ ଜିଲ୍ଲାରୁ ରାଜ୍ୟ ସ୍ତରୀୟ ବରିଷ୍ଠ କବାଡ଼ି ପ୍ରତିଯୋଗିତାରେ ଦୁଇ ଥର ପ୍ରତିନିଧିତ୍ୱ କରିଛନ୍ତି। ଏଥି ନିମନ୍ତେ ପଂଚାୟତ ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ କ୍ରିଡା ଶିକ୍ଷକ ତାଙ୍କୁ ଶୁଭେଛା ଜଣାଇଛନ୍ତି। ତାଙ୍କ ପିତାଙ୍କ ନାମ ସନାତନ ନାୟକ ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ନାୟକ, ଘର ଧାମନଗର ସ୍ଥିତ ବଚ୍ଛଦା ଗ୍ରାମରେ। ଲୋପାମୁଦ୍ରା ଭଦ୍ରକ ଜିଲ୍ଲାରୁ ପ୍ରଥମ ଥର ପ୍ରତିଯୋଗିତାରେ ସ୍ଥାନ ପାଇବାର ସୁଯୋଗ ପାଇଛନ୍ତି। ଏହି ଖବର ପାଇଲା ପରେ ଜିଲ୍ଲାପାଳ ଭଦ୍ରକ ଦିଲିପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ୟାମଲ କୁମାର ରାୟ, ସ୍ୱତନ୍ତ୍ର କ୍ରିଡ଼ା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ଆଥଲେଟିକ ସଂଘର ସଂପାଦକ ଧିରେନ୍ ପଲାଇ, ଯୁଗ୍ମ ସଂପାଦକ ଅତିଶ କୁମାର ବେହେରା, କୋଚ୍ ମନୋଜ କୁମାର ସାହୁ, କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭ ମନାସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.