Home ଜିଲ୍ଲା ପରିକ୍ରମା ୧୧.୯୧ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

୧୧.୯୧ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

10

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ଧଳା ଜହରରୂପୀ ବ୍ରାଉନସୁଗାରର ଚେର ଚାରିଆଡେ ମାଡିଯାଇଥିବାବେଳେ ଅବକାରୀ ବିଭାଗ ଚୁପ୍ ହୋଇ ବସିଛି। କେବଳ ଯାହା ଗ୍ରାମାଂଚଳ ଓ ସହରାଂଚଳ ଥାନା ପୁଲିସ୍‌, ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ରାତ୍ରୀକାଳୀନ ପାଟ୍ରୋଲିଂ ଓ ଗାଡି ଯାଂଚ ସମୟରେ ତାହା ଜବତ କରିଚାଲିଛି। ତେବେ ଏସ୍‌ପି ଶ୍ରୀ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଏହି ବ୍ରାଉନସୁଗାର ଧରିବା କ୍ଷେତ୍ରରେ ବିପୁଳ ସଫଳତା ପାଇଛି। ୬୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୫ଟି ଏନଡିପିଏସ୍ ମାମଲା ରୁଜୁ କରି ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଆଜି ଭଦ୍ରକ ସହରାଂଚଳ ଥାନା ପୁଲିସ୍ କେଶ୍ ନଂ ୪୩୦/୨୫ ମୂଳେ ୧୧.୯୧ ଗ୍ରାମ ବ୍ରାଉନସୁଗାର ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ହେଲେ ଖୋର୍ଦ୍ଧା ଲକ୍ଷ୍ମୀସାଗର ଥାନା ଅଧୀନସ୍ଥ ବୁଦ୍ଧେଶ୍ୱରୀ କଲୋନୀ ନିବାସୀ ବି. ମୁନ୍ନା ପାତ୍ର, ଯାଜପୁର ଜିଲାର ବରୁହାଁ ଥାନା ଅଧୀନସ୍ଥ କୈଳାସପୁର ନିବାସୀ ସତ୍ୟନାରାୟଣ ନାୟକ ଓ ଯାଜପୁର ଟାଉନ୍ ଥାନା ନିବାସୀ ଗରିଆପୁରର ସତ୍ୟପ୍ରକାଶ ବେହେରା ଅଟନ୍ତି ବୋଲି ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.