Home କୋରାପୁଟ ୧୧ ରେ ଖୋଲାଯିବ କଫି ପ୍ରକ୍ରୀୟାକରଣ ୟୁନିଟ

୧୧ ରେ ଖୋଲାଯିବ କଫି ପ୍ରକ୍ରୀୟାକରଣ ୟୁନିଟ

125

କୋରାପୁଟ ୦୯-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ୧୧ ତାରିଖଦିନ କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ଖୋଲାଯିବ ବୋଲି ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବା ଜଣାପଡିଛି।ସ୍ଥାନୀୟ ଚନ୍ଦନପୋଖରୀ ନିକଟରେ ଥିବା ଟ୍ରାଇବସ ଓଡିଶା କେନ୍ଦ୍ରଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଖୋଲାଯାଉଥିବା ବେଳେ ୩ ଟି ମେସିନ ସ୍ଥାପନ କରାଯାଇଛି।ସମୁଦାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କୋରାପୁଟ ଓ ସୁନାବେଡାଠାରେ ମେସିନ ସ୍ଥାପନ କରାଯାଇଛି ବୋଲି କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ସୂଚନା ଦେଇଛନ୍ତି।ଏହାକୁ କୋରାପୁଟ ଆଇଟିଡିଏ, ଆଦିବାସୀ ଉନ୍ନୟନ ସମବାୟ ନିଗମ ଓ କଫି ବୋର୍ଡର ମିଳିତ ସହାୟତାରେ କଫି ପ୍ରକ୍ରୀୟାକରଣ ୟୁନିଟ ସ୍ଥାପନ କରାଯାଇଥିବା ଜଣାପଡିଛି।କୋରାପୁଟରେ ସରକାରୀ ଓ ବେସରକାରୀ ଚାଷୀକୁ ନେଇ ୩ ହଜାର ହେକ୍ଟରରେ କଫି ଚାଷ କରାଯାଉଥିବା ବେଳେ ଉତ୍ପାଦିତ କଫିକୁ ସଂଗ୍ରହ କରି ଏଠାରେ ପ୍ରକ୍ରୀୟାକରଣ କରାଯିବ।ପରେ ଗ୍ରାଇଡିଂ କରାଯାଇ ପ୍ୟାକେଟିଂ କରାଯାଇ କୋରାପୁଟ ବ୍ରାଣ୍ଡ ନାମରେ ବଜାରରେ ବିକ୍ରୀ କରାଯିବ।କୋରାପୁଟ ଆଦିବାସୀ ଉନ୍ନୟନ ନିଗମ କଫି ଚାଷୀମାନଙ୍କ କ୍ରୟ କରି ବଜାରରେ ବିକ୍ରୀ କରିବ ବୋଲି ଜଣାପଡିଛି।ଓଡିଶାରେ ଆଦିବାସୀ ଉନ୍ନୟନ ସଂସ୍ଥାର ୮ ଟି ବିକ୍ରୟକେନ୍ଦ୍ର ରହିଥିବା ଅଧିକାରୀ ଆଶୁତୋଷ ନନ୍ଦ ସୂଚନା ଦେଇଛନ୍ତି।ଏହାଦ୍ୱାରା ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ଜଣାପଡିଛି।ରାଜ୍ୟ ସରକାର କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଖୋଲୁଥିବାରୁ ଚାଷୀ ସୁଜନ ପ୍ରଧାନ ସ୍ୱାଗତ କରିବା ସହ ଏହାଦ୍ୱାର କୋରାପୁଟର କଫି ଅନ୍ତର୍ଜାତୀୟ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ରଖିପାରିବ ବୋଲି ପ୍ରକାଶ କରିଥିଲେ।ବିକ୍ରୟକେନ୍ଦ୍ରରେ କୋରାପୁଟ ବ୍ରାଣ୍ଡର କଫି ମଧ୍ୟ ଲୋକମାନେ ପିଇ ମଜା ନେଇପାରିବେ ବୋଲି କୋରାପୁଟ ଉନ୍ନୟନ ଟ୍ରଷ୍ଟର ଏପିଡି ଦୟାନିଧି ବାଘ ଓ କଫି ବୋର୍ଡର ଏସଏଲଓ ଅଜିତ କୁମାର ରାଉତ ପ୍ରକାଶ କରିଛନ୍ତି।କୋରାପୁଟରେ କଫି ଚାଷ ସହ ମସଲାଜାତୀୟ ଚାଷ କରାଯାଉଥିବାରୁ କୋରାପୁଟରେ ଏକ ମସଲା ବୋର୍ଡ ସ୍ଥାପନ କରାଯିବ ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ପ୍ରକାଶ କରିଥିଲେ।କୋଟପାଡ ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମନୀ ଦିଆନ ପ୍ରକ୍ରୀୟାକରଣ ୟୁନିଟକୁ ଉଦଘାଟନ କରିବେ ବୋଲି ଜଣାପଡିଛି।ଆଜି ବିଜେଡିର ଜିଲ୍ଲା ପାର୍ଯ୍ୟବେକ୍ଷକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଓ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ପ୍ରମୁଖ କୋରାପୁଟ କଫି ପ୍ରକ୍ରୀୟାକରଣ ୟୁନିଟକୁ ପରିଦର୍ଶନ କରିଥିଲେ।ରାଜ୍ୟ ସରକାର କୋରାପୁଟଠାରେ କଫି ପ୍ରକ୍ରୀୟାକରଣ ୟୁନିଟ ଖୋଲିଥିବାରୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣେଇବା ସହ କୋରାପୁଟିଆ କଫି ପିଇ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.