ତେଲକୋଇ, ୨୦ ଜାନୁୟାରୀ (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଥାନା ଅର୍ନ୍ତଗତ ବାଲିଯୋଡି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗତ ୧୧ ତାରିଖରୁ ନିଖୋଜ ଥିବା ନାବାଳକଙ୍କ ଘଳିତ ଶବ ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର ପାଖରୁ ଆଜି ସକାଳୁ ଦେଖିବାକୁ ମିଳିଛି।ଟ୍ରାନ୍ସଫରମର ପାଖରୁ ପଚା ଗନ୍ଧ ଆସୁଥିବା ଜାଣି ଲୋକେ ଯାଇ ଦେଖିଥିଲେ।ସେଠାରେ ୧୧ ତାରିଖରୁ ନିଖୋଜ ଥିବା ପୂର୍ଣ୍ଣଚନ୍ଦ୍ରଙ୍କର ଗଳିତ ଶବ ପଡିଥିବା ଦେଖି ପରିବାର ଲୋକ ତେଲକୋଇ ଥାନାକୁ ଖବର ଦେଇଥିଲେ। ଏନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।
ସୂଚନା ମୁତାବକ ଗତ ୧୧ତାରିଖରେ ପୂର୍ଣ୍ଣଚନ୍ଦ୍ର ଗାଁର କିଛି ଯୁବାକଙ୍କ ସହିତ ମଦପିଇବାକୁ ଯାଇଥିଲେ। ମଦପିଇସାରିବା ପରେ ସଂପୃକ୍ତ ଯୁବକ ମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଘରେ ଛାଡି ଦେଇଥିଲେ। ତାପରେ ଟିଭି ଦେଖିବାପାଇଁ କହି ପୂର୍ଣ୍ଣଚନ୍ଦ୍ର ବାହାରକୁ ଚାଲିଯାଇଥିଲେ ଆଉ ଫେରିନଥିଲେ।ଦିନେ ଦୁଇଦିନ ପରିବାର ଲୋକେ ଖୋଜା ଖୋଜି କଲାପରେ ନପାଇବାରୁ ୧୫ ତାରିଖ ଦିନ ଥାନାରେ ମିସିଙ୍ଗି କେଶ ଦାୟରେ କରିଥଲେ।ତେବେ ପୁଲିସ ସେଭଳି କିଛି ପଦକ୍ଷେପ ଗ୍ରହଣ କରି ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଖବର ପାଇ ତେଲକୋଇ ପୁଲିସ ଆଜି ଦିନ ୧୧ଟା ବେଳକୁ ଘଟଣାସ୍ଥଳରେ ପହଁଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇବାସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।