Home ଜିଲ୍ଲା ପରିକ୍ରମା ୧୧ ତମ ବି.ଏମ.ପବ୍ଲିକ ସ୍କୁଲର ୩ ଦିନ ଧରି ବାର୍ଷିକ ଉତ୍ସବ, ‘ଉଭରତେ ସୀତାରେ” କାର୍ଯ୍ୟକ୍ରମ

୧୧ ତମ ବି.ଏମ.ପବ୍ଲିକ ସ୍କୁଲର ୩ ଦିନ ଧରି ବାର୍ଷିକ ଉତ୍ସବ, ‘ଉଭରତେ ସୀତାରେ” କାର୍ଯ୍ୟକ୍ରମ

4

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ର/ଛାତ୍ରୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚି ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ସହ ନିଜ ବାପାଙ୍କୁ ଭଗବାନ ଭାବିବା କିନ୍ତୁ ବାପା ନିଜକୁ ଭଗବାନ ନ ଭାବି ତାର କେହି ଭଗବାନ ଗୋଟିଏ ଅଛନ୍ତି ବୋଲି ଅତିଥି ମାନେ ମାର୍ଗଦର୍ଶନ ସହ ମତ ବ୍ୟକ୍ତ କରିଥିଲେ। ହଳଦିଡିହ ସ୍ଥିତ ୧୧ ତମ ବି.ଏମ.ପବ୍ଲିକ ସ୍କୁଲରେ ୩ ଦିନ ବ୍ୟାପି ବାର୍ଷିକ “ଓଭରତେ ସୀତାରେ” କାର୍ଯ୍ୟକ୍ରମରେ ଚେୟାର ମ୍ୟାନ ତଥା ଅଧକ୍ଷ ଶେଖ ଅଜିଜୁଲ୍ଲା କାଦରୀଙ୍କ ସଭାପତିତ୍ୱରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ , ଦ୍ୱିତୀୟ ଦିନର ଅତିଥି ଭାବେ ସେଂଟ୍ରାଲ ରେଞ୍ଜ ଡିଆଇଜି ଭାବେ ସୈତାଜିତ ନାୟକ , ଇଣ୍ଡିଆନ ଆର୍ମି ରେଞ୍ଜ ସୁରେଶ ଶର୍ମା ଏବଂ ତୃତୀୟ ତଥା ଶେଷ ଦିନର ଅତିଥି ଭାବେ ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ , ପାରା ଅଫଲେକ୍ଟ ଆନ୍ତର୍ଜାର୍ତିକ ଖେଳାଳୀ ରାଖାଲ କୁମାର ସେଠୀ ଓ ବାୟୁସେନା ଜେନେରାଲ ସେକ୍ରେଟାରୀ ଅଶୋକ କୁମାର ଲେଙ୍କା ଯୋଗଦାନ କରିଥିଲେ। ସ୍କୁଲ ଅଧକ୍ଷ ଏବଂ ଅତିଥି ମାନେ ଦୀପ ଲଗାଇ ଆରମ୍ଭ କରିଥିଲେ । ଏବଂ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ସହ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାରେ ସୁନାମ ଅର୍ଜନ କରିଥିବା ପ୍ରତ୍ୟେକ କୃତିତ୍ୟ ଛାତ୍ରଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଏବଂ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ । ତିନି ଦିନ ଧରି କାର୍ଯ୍ୟକ୍ରମକୁ ଦାୟିତ୍ୱରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ବିପ୍ଳବ ବିଶ୍ୱାସ , ମିର୍ଜା ଇସ୍ତିୟାକ, ମଲିକ ନିକୁଞ୍ଜ ବିହାରୀ, ସ୍ୱାନା କାଦରୀ, ଖାଲେଦା ଖାତୁନ, ଜିନ୍ନତ ୟାଶ୍ମିନ, ଗୁଲଅଫସା କାଦରୀ, ନନ୍ନି ଖାତୁନ , ଆଫରୀନ କାଦରୀ, ପରମିନା ସୁଲତାନା, ହଲିମା କାଦରୀ , ୱାହୀଦା ରହେମାନ ଓ ସୁମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.