Home ଓଡ଼ିଶା ୧୧ କୋଟିର ଗଂଜେଇ ଗଛ ନଷ୍ଟ କଲା ପୋଲିସ

୧୧ କୋଟିର ଗଂଜେଇ ଗଛ ନଷ୍ଟ କଲା ପୋଲିସ

151

ବାଲିଗୁଡା, ୨୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ଗୁଡିକୁ ଲଗାତାର କାଟି ପୋଡି ଦିଆଯାଉଛି ଏ ନେଇ ବୁଧବାର ଦିନ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ପଂଚାୟତର ପୁସଙ୍ଗିଆ, ପାଲୁଙ୍କିଆ ଭଳି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧୮ ଏକର ଜମିରେ ଚାଷ କରା ଯାଇଥିବା ଏଗାର କୋଟି ଆଠ ଲକ୍ଷ ଟଙ୍କାର ବେଆଇନ ଗଂଜେଇ ଗଛ କାଟି ମିଳିତ ଭାବେ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି। ବର୍ତ୍ତମାନ ଏହି ଗଂଜେଇ ମିଶନ ଲଗାତାର ଜାରୀ ରହିବା ସହ ସମୂଳେ ନାଶ କରାଯିବା ପାଇଁ ପ୍ରୟାସ ଜାରୀ ରହିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.